Hot Posts

6/recent/ticker-posts

ଭୁବନେଶ୍ୱର ହେବ ବୈଜ୍ଞାନିକ ନବସୃଜନର ରାଷ୍ଟ୍ରୀୟ କେନ୍ଦ୍ର!

ଓଡ଼ିଶାର ପ୍ରଯୁକ୍ତି ବିଦ୍ୟା ର ଉନ୍ନତି ପାଇଁ ଏକ ନୂଆ ଇତିହାସ ଲେଖାହେବାକୁ ଯାଉଛି! ଭୁବନେଶ୍ୱର ହେବ ବୈଜ୍ଞାନିକ ନବସୃଜନର ରାଷ୍ଟ୍ରୀୟ କେନ୍ଦ୍ର! ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଘୋଷଣା କରିଛନ୍ତି ଯେ, ଓଡ଼ିଶାରେ ଆସୁଛି ଏକ ମେଗା ସାଇନ୍ସ ସିଟି, ଯାହା ଗୁଜରାଟ ଅହମ୍ମଦାବାଦର ମଡେଲ୍‌ରେ ବିକଶିତ ହେବ। ଏହି ଅତ୍ୟାଧୁନିକ ସିଟି ହେବ ବୈଜ୍ଞାନିକ ଅନୁଷ୍ଠାନ, ଗବେଷଣା, ଶିକ୍ଷା ଓ ଜନସାଧାରଣଙ୍କ ସମ୍ପୃକ୍ତିର ଉପକେନ୍ଦ୍ର। ବିକଶିତ ଓଡ଼ିଶା ୨୦୩୬ ଲକ୍ଷ୍ୟକୁ ଧ୍ୟାନ ଦେଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନା କେବଳ ଭୁବନେଶ୍ୱର, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ମଧ୍ୟ ଗଢ଼ାଯିବ ସାଇନ୍ସ ପାର୍କ, ସେଣ୍ଟର ବା ପ୍ଲାନେଟୋରିୟମ୍! ଛାତ୍ରଛାତ୍ରୀ ଓ ଲୋକମାନେ ବୈଜ୍ଞାନିକ ଭାବନାରେ ପ୍ରେରିତ ହେବେ ବୋଲି ଖବର ମିଳିଛି ।