Hot Posts

6/recent/ticker-posts

ଖାଦ୍ୟ ସାମଗ୍ରୀ କଳାବଜାରୀ କରିବା ଉପରେ କେନ୍ଦ୍ର ସରକାର ଙ୍କ ଚେତାବନୀ

ନୂଆଦିଲ୍ଲୀ, ୯ / ୫ : ଭାରତ-ପାକିସ୍ତାନ ସୀମାରେ ତିବ୍ର ଉତ୍ତେଜନା ମଧ୍ୟରେ ଦେଶର ଆନ୍ତରିକ ବଜାର ବ୍ୟବସ୍ଥା ପ୍ରତି କେନ୍ଦ୍ର ସରକାର ସଚେତନ ହୋଇଛନ୍ତି । ଏହି ପରିପ୍ରେକ୍ଷିତରେ, ବ୍ୟବସାୟୀ ଓ ବିକ୍ରେତାମାନଙ୍କୁ ଖାଦ୍ୟ ସାମଗ୍ରୀର ଅତିରିକ୍ତ ମହଜୁତ କିମ୍ବା କଳାବଜାରୀ କରିବା ବିରୋଧରେ ଚେତାବନୀ ଦେଇଛି କେନ୍ଦ୍ର ସରକାର।
ଖାଦ୍ୟ ଓ ସାର୍ବଜନୀନ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତି ଅନୁଯାୟୀ, ଦେଶରେ ଗହମ, ଚାଉଳ, ତେଲ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ପର୍ଯ୍ୟାପ୍ତ ଭଣ୍ଡାର ଅଛି। ଏପରି ସ୍ଥିତିରେ କୃତ୍ରିମ ଅଭାବ ସୃଷ୍ଟି କରିବା ବ୍ୟବସ୍ଥାପନା ଓ ବ୍ୟବସାୟୀ ମନୋଭାବ ପ୍ରତି ସରକାର କଠିନ ଭାବରେ କାର୍ଯାନୁଷ୍ଠାନ କରିବା ନିଷ୍ପତ୍ତି ନେଇଛି।
ମନ୍ତ୍ରଣାଳୟ ସୁଚନା ଦେଇଛି ଯେ ଯେଉଁମାନେ କଳାବଜାରୀ ଭାବେ ଖାଦ୍ୟ ସାମଗ୍ରୀ ମଜୁତ କରି ଦାମ ବଢ଼ାଉଥିବେ, ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ରାଜ୍ୟ ସରକାରମାନଙ୍କୁ ମଧ୍ୟ ନିଜ ନିୟମନ ବ୍ୟବସ୍ଥାକୁ ମଜବୁତ କରିବାକୁ ପ୍ରେରିତ କରାଯାଇଛି ।
ସରକାର ଆମଜନକୁ ଆହ୍ୱାନ କରିଛି ଯେ, ସାମ୍ପ୍ରତିକ ରାଷ୍ଟ୍ରୀୟ ପରିସ୍ଥିତି ଦୃଷ୍ଟିରେ ଆତଙ୍କିତ ହୋଇ ଅନାବଶ୍ୟକ ଭାବେ ସାମଗ୍ରୀ କିଣି ସଞ୍ଚୟ କରିବାର ଆବଶ୍ୟକତା ନାହିଁ। ଦେଶର ଅର୍ଥନୀତିକ ଏବଂ ବଜାରୀୟ ସ୍ଥିରତା ବଜାୟ ରଖିବା ପାଇଁ ସମସ୍ତଙ୍କ ସାହାଯ୍ୟ ଆବଶ୍ୟକ।