Hot Posts

6/recent/ticker-posts

ପାଞ୍ଚ ବର୍ଷର ନାବାଳିକା ସହ ବଳାତ୍କାର ଓ ହତ୍ୟା: ଅପରାଧୀକୁ ଆଜୀବନ କାରାଦଣ୍ଡ

ଯାଜପୁର, ୩୧ / ୫  –  ଓଡ଼ିଶାର ଯାଜପୁର ରୋଡ ଅଞ୍ଚଳ ରେ ଗତ ବର୍ଷ ର ଅନ୍ତିମ ଅର୍ଦ୍ଧରେ ଘଟିଥିବା ଏକ ଦାନବିକ ଅପରାଧ ପାଇଁ ଅଭିଯୁକ୍ତ ସେକ ମୋହିତଙ୍କୁ ଆଜି ଅଦାଲତ ଆଜୀବନ କାରାଦଣ୍ଡ ଓ ଜରିମାନା ଦଣ୍ଡ ଦେଇଛି। ଅପରାଧ କେବଳ ଏକ ଶିଶୁ ଦେହରେ ନୁହେଁ, ବ୍ୟବସ୍ଥା ଓ ବିଶ୍ୱାସ ଉପରେ ମଧ୍ୟ ଆଘାତ ଦେଇଛି।
ଘଟଣା ଘଟିଥିଲା ପାନାସିୟା ଅଞ୍ଚଳରେ, ଯେଉଁଠି ଏକ ଅତି ଦରିଦ୍ର ଆଦିବାସୀ ପରିବାରର ୫ ବର୍ଷର ନାବାଳିକା କିଛି କାଚ ବୋତଲ ବିକ୍ରି କରିବାକୁ ଯାଜପୁର ରୋଡ ଥିବା ଏକ କବାଡ଼ିଆ ଦୋକାନକୁ ଗଲାବେଲେ ଏକୁଟିଆ ଦେଖି, ଦୋକାନ ମାଲିକ  ମୋହିତ ତାଙ୍କୁ ଦୁଷ୍କର୍ମ କରିଥିଲେ। ଶିଶୁ ରକ୍ତସ୍ରାବରେ ଭସି ଯାଉଥିବାବେଳେ, ସେ ପ୍ରମାଣ ନଷ୍ଟ କରିବା ପାଇଁ ତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ। ତା’ପରେ ଶବକୁ ଏକ ଅଖାରେ ପୁରି ଏବଂ ରେଲ ଲାଇନ ନିକଟ ଏକ ସ୍ଥାନରେ ଫୋପାଡ଼ି ଦେଇଥିଲେ।
ଘଟଣା ପରେ ଶିଶୁର ମା ଥାନାକୁ ଅଭିଯୋଗ କଲେ। ପୋଲିସ ତଦନ୍ତ ଆରମ୍ଭ କରି ୩୫ ଜଣ ସାକ୍ଷୀଙ୍କ ଉପରେ ଆଧାର କରି ଅଭିଯୁକ୍ତକୁ ଗିରଫ କଲା। ମାମଲା ଚାଲିଥିଲା ଯାଜପୁର ଅତିରିକ୍ତ ଜିଲ୍ଲା ଓ ଦୌରା ଅଦାଲତରେ, ଯେଉଁଠି ଜଜ ବିଜୟ କୁମାର ଜେନା ଏହି ଅପରାଧକୁ “ବିକୃତ ମନୋବୃତ୍ତିର ଶୀର୍ଷ ସୀମା” ବୋଲି ବର୍ଣ୍ଣନା କରି, ଅଭିଯୁକ୍ତ  ମୋହିତଙ୍କୁ ଆଜୀବନ କାରାଦଣ୍ଡ, ଦଶ ହଜାର ଟଙ୍କା ଜରିମାନା, ଓ ଅନାଦେୟ ହେଲେ ୬ ମାସ ଅତିରିକ୍ତ କାରାଦଣ୍ଡ  ଦେଲେ। ନ୍ୟାୟ ପ୍ରଦାନ କେବଳ ଅଭିଯୁକ୍ତ ଉପରେ ଶାସନା ଦେଇ ଥମି ନାହିଁ। କୋର୍ଟ ନିର୍ଦ୍ଦେଶ ଅନୁଯାୟୀ, ଆଇନ ପ୍ରାଧିକରଣ ବିଭାଗ ମୃତ ଶିଶୁର ମାତାଙ୍କୁ ୫ ଲକ୍ଷ ଟଙ୍କା ସହାୟତା ରାଶି ଯୋଗାଇ ଦେବ।ଏହି ରାୟ କେବଳ ଏକ ମାମଲାର ଶେଷ ନୁହେଁ, ଏହା ଏକ ସୂଚନା ଯେ ନରପିଶାଚ ଯେପରି ଚେହେରା ଧରୁନାହିଁ, ବ୍ୟବସ୍ଥା ଏବଂ ସମାଜ ସଜାଗ ଓ ସତର୍କ ରହିବା ଆବଶ୍ୟକ।