କୁରୁମପୁରି ଅଞ୍ଚଳରେ ୨୨ ଘଣ୍ଟିଆ ବିଦ୍ୟୁତ କାଟ — ଗରମରେ ଜନଜୀବନ ଅସ୍ତବ୍ୟସ୍ଥ
- ନୂଆପଡ଼ା, ୨୮ / ୫ : – ନୂଆପଡ଼ା ଜିଲ୍ଲାର କୋମନା ବ୍ଲକ ଅନ୍ତର୍ଗତ କୁରୁମପୁରି ସେକ୍ସନ ଅଧୀନ ବିଭିନ୍ନ ଗ୍ରାମ ଅଘୋଷିତ ଭାବେ ବିଦ୍ୟୁତ ବିଚ୍ଛିନ୍ନ ହେବା ଘଟଣାରେ ସ୍ଥାନୀୟ ବାସିନ୍ଦାମାନେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଶେଷକରି ଗ୍ରୀଷ୍ମ ତାପରେ ଗୁଳୁଗୁଳି ଓ ଜଳ ସଂକଟ ଯେଉଁଠାରେ ଲୋକମାନେ ଦୁଇ ଦିନ ଧରି ଘର ବାହାରକୁ ନିଷ୍କାସିତ ହେଉଛନ୍ତି, ସେଠାରେ ବିଦ୍ୟୁତ ଚାଲିଯିବା ଏକ ଜୀବନ ଯନ୍ତ୍ରଣାକୁ ଉଦ୍ଭବ କରିଛି। ଏହି ଅଞ୍ଚଳରେ ସୋମବାର ରାତି ୯ଟାରୁ ଆରମ୍ଭ ହୋଇ, ମଙ୍ଗଳବାର ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଚାଲିଯାଇଥିଲା। ଏହି ୨୨ ଘଣ୍ଟିଆ ବିଚ୍ଛିନ୍ନତା ପରେ ଯଦିଓ ବିଦ୍ୟୁତ୍ ସଂଯୋଗ ମିଳିଥିଲା, କିନ୍ତୁ ସେହି ଆପୂର୍ତ୍ତି ବି ଅସ୍ଥିର ଓ ଲୁଚମୁଚ ଅବସ୍ଥାରେ ରହିଛି। ସ୍ଥାନୀୟ ଅଞ୍ଚଳର ଲୋକମାନେ କହିଛନ୍ତି ଯେ, ବିଦ୍ୟୁତ୍ ଥିଲେ ନ ଥିଲା ପରି ମୁଖ୍ୟ ସମସ୍ୟା ହେଉଛି ପାଣି ଯୋଗାଣ। ବିଦ୍ୟୁତ ନଥିବାରୁ ମାଟି ତଳର ଜଳ ପ୍ରଣାଳୀ ବନ୍ଦ ହୋଇଥିବାରୁ ଘରେ ଖାଦ୍ୟ ରନ୍ଧିବା ଠାରୁ ନିଜ ଶରୀର ଧୋଇବା ପର୍ଯ୍ୟନ୍ତ ପାଇଁ ଲୋକମାନେ ଅପେକ୍ଷା କରି ଅସହ୍ୟ ପରିସ୍ଥିତି ଜିହ୍ନା କରିଛନ୍ତି। ଏହି ବିଦ୍ୟୁତ ବିଚ୍ଛିନ୍ନତା ସମ୍ପର୍କରେ ବିଭାଗୀୟ କର୍ମଚାରୀଙ୍କ ସହ ସଂଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ କୌଣସି ସଠିକ୍ ଉତ୍ତର ମିଳିନାହିଁ। କେହି ଫୋନ ଉଠାନ୍ତି ନାହିଁ , ଆଉ କେହି ‘ସୁଇଚ ଅଫ୍ ଅଛି’ ବୋଲି ଟାଳମାଟାଳ ଉତ୍ତର ଦେଇଛନ୍ତି। ଏହା ଦ୍ୱାରା ବିଦ୍ୟୁତ ବିଭାଗର କାର୍ଯ୍ୟ ପ୍ରଣାଳୀ ଉପରେ ପ୍ରଶ୍ନ ଉଠିଛି। ଏନେଇ ଉପଭୋକ୍ତାମାନେ ଚେତାବନୀ ଦେଇଛନ୍ତି ଯେ, ଯଦି ତୁରନ୍ତ ବ୍ୟବସ୍ଥା ନିଅଯିବ ନାହିଁ ତେବେ ସେମାନେ ଆନ୍ଦୋଳନର ପଥ ଅବଳମ୍ବନ କରିବେ