ଭାରତର ନୂଆ ରକ୍ଷା ନୀତି: ଆତଙ୍କବାଦୀ ଆକ୍ରମଣକୁ ମଧ୍ୟ୍ୟ ଯୁଦ୍ଧ ଭାବରେ ବିବେଚନା କରିବ ସରକାର
ନୂଆଦିଲ୍ଲୀ ୧୦ / ୫ : – ପାକିସ୍ତାନ ସହ ଉତ୍ତେଜନାପୂର୍ଣ୍ଣ ପରିବେଶ ଓ ଆତଙ୍କବାଦୀ କାର୍ଯ୍ୟକଳାପ ଉପରେ ଭାରତର ଦୃଢ଼ ଅବସ୍ଥାନ ପ୍ରକାଶ କରି, ଭାରତ ସରକାର ଏକ ଗଭୀର ଓ ନୀତିଗତ ନିଷ୍ପତ୍ତି ଘୋଷଣା କରିଛି। ଏହି ନିଷ୍ପତ୍ତି ଅନୁଯାୟୀ, ଯଦି ଭବିଷ୍ୟତରେ ଭାରତ ଭିତରେ କୌଣସି ଆତଙ୍କବାଦୀ ଆକ୍ରମଣ ଘଟେ, ସେଥିରେ ସଂପୃକ୍ତ ଘଟଣାକୁ 'ଯୁଦ୍ଧ କାର୍ଯ୍ୟ' ବୋଲି ବିବେଚନା କରାଯିବ।
ଏହି ପଦକ୍ଷେପ କେବଳ ଗଭୀର ଚିନ୍ତାଧାରାର ପରିଣତି ନୁହେଁ, ବରଂ ଆତଙ୍କବାଦ ବିରୋଧରେ ଭାରତର ଧୃଢ଼ ଓ ଅଗ୍ରଗାମୀ ଦୃଷ୍ଟିକୋଣ ଓ ସୈନ୍ୟ ଚାଲଣୀ ନୀତିର ଏକ ମଜବୁତ ପରିବର୍ତ୍ତନକୁ ଦର୍ଶାଏ। ସରକାର ଏହି ମାଧ୍ୟମରେ ବାର୍ତ୍ତା ଦେଉଛନ୍ତି ଯେ, ଆତଙ୍କବାଦୀ କାର୍ଯ୍ୟପଦ୍ଧତିରେ ଅନେକ ଲୁଚିଛନ୍ତି, ତେବେ ତାଙ୍କ ମୂଳ ସ୍ତ୍ରୋତ ଓ ଶରଣଦାତା ଭାବରେ ପାକିସ୍ତାନ ଦେଶକୁ ଦାୟୀ ଧାରାଯିବ।
ଏହି ନୀତି ଅନୁଯାୟୀ, ଯଦି ଆଗାମୀ ଦିନରେ ପାକିସ୍ତାନ ଦ୍ୱାରା ପ୍ରାୟୋଜିତ କିମ୍ବା ପ୍ରେରିତ ଆତଙ୍କବାଦୀ ଭାରତ ଭିତରେ କୌଣସି ଘଟଣା କାର୍ଯ୍ୟାନୁଷ୍ଠାନ କରନ୍ତି, ତେବେ ସେମାନଙ୍କ ଉପରେ କେବଳ ଅନ୍ତର୍ଜାତୀୟ ଚାପ ନୁହେଁ, ଆସ୍ତ୍ର ସହିତ ପ୍ରତିକ୍ରିୟା ଦେବା ପାଇଁ ଭାରତ ସେନା ସଜାଗ ରହିବ ।
ଏହି ଘୋଷଣା, ସେନାଙ୍କୁ ଆଗକୁ ଅଧିକ କ୍ଷମତା ଓ ସ୍ୱାଧୀନତା ଦେଇ ଭାରତର ସାର୍ବଭୌମ ସୁରକ୍ଷାରେ ଏକ ନୂଆ ଅଧ୍ୟାୟ ଆଣିଛି। ତଦୁପରି, ଏହା ପାକିସ୍ତାନ ସମେତ ଆନ୍ତର୍ଜାତୀୟ ମଞ୍ଚରେ ଏକ ସକ୍ତ ମେସେଜ୍ ଓ ସ୍ପଷ୍ଟ ସୂଚନା – ଆତଙ୍କବାଦ ଚାଲିବ ନାହିଁ, ଯଦି ଚେଷ୍ଟା ହେବ, ତେବେ ପ୍ରତିକ୍ରିୟା ଯୁଦ୍ଧ ସଦୃଶ ହେବ।