Hot Posts

6/recent/ticker-posts

ହୀରାକୁଦ ଡ୍ୟାମ୍‌ ଅଞ୍ଚଳରେ ଆର୍ମ୍‌ଡ୍ ଆଲର୍ଟ: ପର୍ଯ୍ୟଟନ ଉପରେ ପ୍ରତିବନ୍ଧ, ସେନା ମୁତୟନ ସହ କଡ଼ା ସୁରକ୍ଷା

ବୁର୍ଲା, ୧୦/୫ :  – ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନାପୂର୍ଣ୍ଣ ଯୁଦ୍ଧ ସଦୃଶ ପରିସ୍ଥିତିର ପରିପ୍ରେକ୍ଷିତରେ, ଓଡ଼ିଶା ରାଜ୍ୟ ସରକାର ଆନ୍ତର୍ଜାତୀୟ ଓ ରାଷ୍ଟ୍ରୀୟ ସୁରକ୍ଷା ଆଶଙ୍କାକୁ ଦୃଷ୍ଟିରେ ରଖି, ହୀରାକୁଦ ନଦୀବନ୍ଧକୁ ଉଚ୍ଚସ୍ତରୀୟ ସୁରକ୍ଷା ଘେରାବନ୍ଦୀ ମଧ୍ୟରେ ରଖିଛି। ଏହି ଏତିହାସିକ ଓ ତକନିକୀ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ନଦୀବନ୍ଧ ଅଞ୍ଚଳକୁ ଏବେ ଆମ୍‌ ଫୋର୍ସ୍‌ ମୁତୟନ କରାଯାଇଛି। ଏଥିସହିତ ପ୍ରବେଶ ଉପରେ କଟକଣା ଲାଗିଛି – ଉଭୟ ସ୍ଥାନୀୟ ଓ ବାହାରରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ହୀରାକୁଦ ଡ୍ୟାମ୍‌ ପ୍ରବେଶ ଅନୁମତି ସମ୍ପୂର୍ଣ୍ଣ ବନ୍ଦ।
ହାଇ ଅଲର୍ଟ ଘୋଷିତ, ଡ୍ୟାମ୍‌ର ବୁର୍ଲା ଓ ହୀରାକୁଦ ପାର୍ଶ୍ୱରେ ସଶସ୍ତ୍ର ଜୱାନଙ୍କୁ ରୋଟେସନ ଅନୁଯାୟୀ ମୁତୟନ କରାଯାଇଛି। ସେମାନଙ୍କ ହାତରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଥିବା ବେଳେ, ତାଙ୍କ ମାଧ୍ୟମରେ  ଚେକିଂ ଚାଲିଛି। ନେହରୁ ମିନାର, ଯାହା ଏଠାରେ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର, ବର୍ତ୍ତମାନ ପୂର୍ଣ୍ଣତଃ ବନ୍ଦ। ତଦୁପରି, ଡ୍ୟାମ୍‌ ପ୍ରବେଶପୂର୍ବ ୨୦୦ ମିଟର ଅଞ୍ଚଳରୁ ସାଧାରଣ ଜନସାଧାରଣଙ୍କ ପ୍ରବେଶ ଅଟକାଯାଉଛି।
କେବଳ ଡ୍ୟାମ୍‌ କର୍ମଚାରୀ, ପାୱାର ହାଉସ୍‌ ଅଧିକାରୀମାନେ ଓ ଅନୁମତି ପାଇଥିବା ବ୍ୟକ୍ତିମାନଙ୍କୁ କଡ଼ା ଯାଞ୍ଚ ପରେ ପ୍ରବେଶ ଦିଆଯାଉଛି। ଏସଡିପିଓ ବାଲେଶ୍ୱର ଗିଧିଙ୍କ ଅନୁସାରେ, ଏହା ଏକ ସ୍ୱାଭାବିକ ପଦକ୍ଷେପ, କାରଣ ହୀରାକୁଦ ଡ୍ୟାମ୍‌ ନ କେବଳ ଓଡ଼ିଶାର, ବରଂ ଭାରତର ଏକ ଅମୂଲ୍ୟ ଉପାଦାନ।
୨୫.୮ କିଲୋମିଟର ଲମ୍ବା ଏହି ନଦୀବନ୍ଧରେ ୬୪ଟି ସ୍ଲୁଇସ୍ ଗେଟ୍ ଓ ୩୪ଟି କ୍ରେଷ୍ଟ ଗେଟ୍‌ ରହିଛି। ଏଠି କୌଣସି ଅଘଟଣ ଘଟିଲେ, ଓଡ଼ିଶାର ଦଶଟିଠାରୁ ଅଧିକ ଜିଲ୍ଲା ଏଥିରେ ପ୍ରଭାବିତ ହେବାର ଆଶଙ୍କା ଅଛି। ତେଣୁ ଏହି ସୁରକ୍ଷା ବ୍ୟବସ୍ଥା ଭାରତର ଜାତୀୟ ଅସ୍ତିତ୍ୱ ସହିତ ଜଡିତ ବୋଲି ବିବେଚନା କରାଯାଉଛି।