Hot Posts

6/recent/ticker-posts

ପୈତୃକ ସମ୍ପତ୍ତି ନେଇ ଦୁଃସାହସିକ ହତ୍ୟା, ମଝିଆ ଭଉଣୀଙ୍କୁ ହତ୍ୟା କଲେ ଭାଇ ଭଉଣୀ

ବାମରା, ୧୯ / ୫:  ସମ୍ପତ୍ତି ଓ ଜମିବାଡ଼ି ପାଇଁ ଘରୋଇ ବିବାଦ କେବଳ ଆଇନ ଅଦାଲତ ରେ ନରହି , ଏବେ ହତ୍ୟା ପର୍ଯ୍ୟନ୍ତ ପହଞ୍ଚିଯାଇଛି। ସମ୍ବଲପୁର ଜିଲ୍ଲା ବାମରା ବ୍ଲକର ଗୋବିନ୍ଦପୁର ମଝିପଡ଼ା ଗ୍ରାମରେ ଏମିତି ଗୋଟିଏ ଦୁଃଖଦ ଘଟଣା ଘଟିଛି, ଯେଉଁଠି ଗୋଟିଏ ସ୍ତ୍ରୀ ତାଙ୍କ ଜନ୍ମ ଘରେ ଅନ୍ତେଷ୍ଟିକ୍ରିୟାରେ ଯୋଗଦେବାକୁ ଆସି, ନିଜ ବଡ଼ ଭଉଣୀ ଓ ସାନଭାଇଙ୍କ ହାତରେ ଜୀବନ ହରାଇଛନ୍ତି।
ସୂଚନା ଅନୁଯାୟୀ, ବିନୋଦ ବିହାରୀ ସାହୁଙ୍କ ମଝିଆ ଝିଅ ଲିନା ସାହୁ ବିବାହ ପରେ ପତି ସହ ବିଚ୍ଛିନ୍ନ ଜୀବନ ଯାପନ କରୁଥିଲେ। ସେ ବର୍ଷବର୍ଷ ଧରି ସମ୍ବଲପୁର ଅଞ୍ଚଳରେ ଏକୁଟିଆ ରହି କାମ କରି ଜୀବନ ଚଲାଇଥିଲେ। ନିଜ ପୈତୃକ ଜମି ସମ୍ପତ୍ତିର ଭାଗ ପାଇଁ ସେ କୋର୍ଟରେ ମାମଲା ରୁଜୁ କରିଥିଲେ, ଯାହା ଫଳରେ ପରିବାର ମଧ୍ୟରେ ତୀବ୍ର ଅସନ୍ତୋଷ ଜନ୍ମ ନେଇଥିଲା।
ଗତ ରବିବାର ଜଣେ ସଂପର୍କୀୟ ବଡ଼ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟାରେ ଯୋଗ ଦେବାକୁ ଗାଁକୁ ଆସିଥିବା ସମୟରେ, ସେ ଅରକ୍ଷିତ ସାହୁଙ୍କ ଘରେ ବିଶ୍ରାମ କରୁଥିବା ବେଳେ ତାଙ୍କ ବଡ଼ ଭଉଣୀ ପୁଷ୍ପାଞ୍ଜଳି ଓ ସାନଭାଇ ଗୋଲକ ସାହୁ ଆକସ୍ମିକ ତାଙ୍କ ଉପରେ ଆକ୍ରମଣ କରିଥିଲେ। ଗୋଲକ ଝିଅ ମାନେ ଅନ୍ୟ ସମ୍ପତ୍ତିରେ ଅଧିକାର ରଖିବାକୁ ଚାହୁଁଥିବା ଅଭିଯୋଗରେ ଏକ ଛୁରି ଦ୍ୱାରା ଲିନାଙ୍କୁ ଆକ୍ରମଣ କରିଥିଲେ। ଅତ୍ୟନ୍ତ ଗୁରୁତର ଅବସ୍ଥାରେ ଲୋକେ ତାଙ୍କୁ ଗୋବିନ୍ଦପୁର ଡାକ୍ତରଖାନାକୁ ନେଇଥିଲେ, କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା  ପରେ ପୁଲିସ ଶବ ଜବତ କରି ତଦନ୍ତ ଆରମ୍ଭ କରିଥିଲା। ଅରକ୍ଷିତ ସାହୁଙ୍କ ଅଭିଯୋଗ ଆଧାରରେ ଭଉଣୀ ପୁଷ୍ପାଞ୍ଜଳି ଓ ଭାଇ ଗୋଲକଙ୍କୁ ଗିରଫ କରାଯାଇଛି। କୁଚିଣ୍ଡା ଏସ୍‌ଡିପିଓ ପ୍ରଦୀପ ଦାସ ସାଇଣ୍ଟିଫିକ ଟିମ୍‌ ସହ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ କରିଛନ୍ତି। ଶବ ବ୍ୟବଚ୍ଛେଦ ପରେ ପରିବାରର ଅନ୍ୟ ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି।