Hot Posts

6/recent/ticker-posts

ଖଡ଼ିଆଳ ରେଲୱେ ଷ୍ଟେସନ୍‌ ନିକଟରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ଜିଆର୍‌ପିର ତଦନ୍ତ ଆରମ୍ଭ

ନୂଆପଡ଼ା, ୧୮ /୫ – ନୂଆପଡ଼ା ଜିଲ୍ଲା ଜୋଙ୍କ୍‌ ଥାନା ଅଧୀନ ଖଡ଼ିଆଳ ରୋଡ୍‌ ରେଲୱେ ଷ୍ଟେସନ୍‌ ନିକଟରେ ଶନିବାର ସକାଳେ ଏକ ଅଜଣା ପୁରୁଷଙ୍କ ମୃତଦେହ ଉଦ୍‌ଧାର କରାଯିବା ଘଟଣା ଅଞ୍ଚଳରେ ଚିନ୍ତା ଓ ଆଶ୍ଚର୍ଯ୍ୟର ଚର୍ଚ୍ଚା ଦେଇଛି। ଏହି ଅଜଣା ବ୍ୟକ୍ତି ରେଲ ଷ୍ଟେସନ୍‌ ନିକଟରେ ପୂର୍ବରୁ ଭିକ୍ଷା ବୃତ୍ତି କରୁଥିବା ବୋଲି ସ୍ଥାନୀୟ ଲୋକଙ୍କ ଅନୁମାନ। ଖବର ଅନୁଯାୟୀ, ଶୁକ୍ରବାର ସନ୍ଧ୍ୟାରେ ଏହି ବ୍ୟକ୍ତି ଷ୍ଟେସନ୍‌ ନିକଟରେ ଆଶ୍ରୟ ନେଇଥିଲେ। ପରଦିନ ସକାଳେ ସ୍ଥାନୀୟ ଲୋକମାନେ ଷ୍ଟେସନ୍‌ର ମାଲପତ୍ର ବୋଝା ଉଠା-ନମା କ୍ଷେତ୍ରରେ ଏହି ମୃତଦେହ ଦେଖି ରେଲୱେ ପୋଲିସକୁ ସୂଚନା ଦେଇଥିଲେ। ତଦନ୍ତ ପାଇଁ ଜିଆର୍‌ପି ଏଏସ୍‌ଆଇ ମହେଶ୍ୱର ପ୍ରଧାନଙ୍କ ନେତୃତ୍ୱରେ ପୋଲିସ ଟିମ୍‌ ଘଟଣାସ୍ଥଳକୁ ପହଁଚି ମୃତଦେହକୁ ଜବତ କରି ମର୍ଗ ହାଉସକୁ ପଠାଇଛି।
ମୃତ ବ୍ୟକ୍ତି ବିଲାସପୁର, ଛତିଶଗଡ଼ ଅଞ୍ଚଳର ହେବାର ସନ୍ଦେହ ବ୍ୟକ୍ତ କରିଛନ୍ତି ସ୍ଥାନୀୟ ଲୋକେ। ତେବେ ତାଙ୍କ ପରିଚୟ ନିର୍ଣ୍ଣୟ ପାଇଁ ଚିହ୍ନଟ ପ୍ରକ୍ରିୟା ଚାଲିଛି। ଜିଆର୍‌ପି ପକ୍ଷରୁ ସୂଚନା ମିଳିଛି ଯେ ପରିବାର ଲୋକ ଆସିଲେ ବ୍ୟବଚ୍ଛେଦ ପରେ ମୃତଦେହ ହସ୍ତାନ୍ତର କରାଯିବ।