Hot Posts

6/recent/ticker-posts

୨୦୨୧ ର ଦୁଷ୍କର୍ମ ମାମଲାରେ ଅଭିଯୁକ୍ତଙ୍କୁ ୧୦ ବର୍ଷ କାରାଦଣ୍ଡ, ସୁନ୍ଦରଗଡ଼ ଜିଲ୍ଲା ଦୌରାଜଜ୍ ଦେଲେ ଦଣ୍ଡାଦେଶ

ସୁନ୍ଦରଗଡ଼, ୩୧  / ୫ : ସୁନ୍ଦରଗଡ଼ ସଦର ଥାନା ଅଞ୍ଚଳରେ ୨୦୨୧ ମସିହାରେ ଘଟିଥିବା ଏକ ଦୁଷ୍କର୍ମ ମାମଲାର ଅଭିଯୁକ୍ତଙ୍କୁ ଅନ୍ତତଃ ଦଣ୍ଡ ମିଳିଛି। ଜିଲ୍ଲା ଦୌରାଜଜ୍ ଶିଖାରାଣୀ ରଥ ଏହି ଘର୍ଣ୍ଣିତ ଅପରାଧରେ ଦୋଷୀ ସାବ୍ୟସ୍ତ କରି ୫୧ ବର୍ଷୀୟ ମଙ୍ଗଳ ଗର୍ଡିଆଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦,୦୦୦ ଟଙ୍କା ଜରିମାନା ଦେଇଛନ୍ତି। ଜରିମାନା ଅଦାୟ ନହେଲେ ଅଭିଯୁକ୍ତଙ୍କୁ ଅତିରିକ୍ତ ୩ ମାସ ଜେଲ ଦଣ୍ଡ କଟିବାକୁ ପଡିବ।୨୦୨୧ ମସିହା, ଜାନୁଆରି ୨୧ ତାରିଖ, ସନ୍ଧ୍ୟା ୮ଟା ସମୟରେ, ସଦର ଥାନା ଅଞ୍ଚଳର ଏକ ଗାଁରେ ଏହି ଦୁଷ୍କର୍ମ ଘଟିଥିଲା। ୫୧ ବର୍ଷୀୟା ମହିଳା ଜଣେ ନିଜ ଗାଁର ଦୋକାନରୁ ଜିନିଷ ନେଇ ଘରକୁ ଫେରୁଥିବାବେଳେ, ଅଭିଯୁକ୍ତ ମଙ୍ଗଳ ଗର୍ଡିଆ ସେଉଁଥିରେ ଏକାକୀ ପାଇ ତାଙ୍କୁ ତାଣି ନେଇ ଗୁପ୍ତାଙ୍ଗରେ ଆଘାତ କରିଥିଲେ। ମହିଳାଙ୍କ ଚିତ୍କାର ଶୁଣି ପାଖରେ ଥିବା ଲୋକେ ଆସି ପଁଚିବା ସହିତ ଅଭିଯୁକ୍ତ ସ୍ଥଳ ଛାଡ଼ି ପଳାଇଯାଇଥିଲେ।ଘଟଣା ପରେ ମହିଳାଙ୍କ ଝିଅ ଦ୍ୱାରା ଦିଆଯାଇଥିବା ଏଫଆଇଆର ଅନୁସାରେ, ସଦର ଥାନା ମାମଲା ରୁଜୁ କରି ମଙ୍ଗଳ ଗର୍ଡିଆଙ୍କୁ ଗିରଫ କରିଥିଲା। ବିଚାର ପ୍ରକ୍ରିୟାରେ ସରକାରୀ ପକ୍ଷରୁ ମୁଖ୍ୟ ଅଭିଯୋଜକ ଦିଲୀପ କୁମାର ମୁର୍ମୁ ନେତୃତ୍ୱ ଦେଇଥିଲେ। ସରକାରୀ ପକ୍ଷର ଦୃଢ଼ ଯୁକ୍ତି, ୨୨ ଜଣ ଗୁରୁତ୍ୱପୂର୍ଣ୍ଣ ସାକ୍ଷୀ ଓ ୨୩ଟି ଦସ୍ତାବେଜ ଉପସ୍ଥାପନ ଉପରେ ଆଧାର କରି ଦୌରାଜଜ୍ ଏହି ଦଣ୍ଡାଦେଶ ଦେଇଛନ୍ତି। ସମାଜରେ ଜଣେ ନାରୀଙ୍କ ସମ୍ମାନ ଓ ସୁରକ୍ଷା ଉପରେ ନିର୍ମମ ଆଘାତ କରିଥିବା ଏହି ଅଭିଯୁକ୍ତ ପାଇଁ ନ୍ୟାୟ ପ୍ରଦାନ କରିବା ମାଧ୍ୟମରେ ଆଦାଲତ ପୁନଃ ସାବିତ କରିଛି ଯେ ଅନ୍ୟାୟ କେତେ ବଡ଼ ହେଉ, ସତ୍ୟ ଅନ୍ତେ ବିଜୟ ପାଉଛି।