ଏହି କାର୍ଯ୍ୟକ୍ରମରେ ରାଜ୍ୟର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗୀୟ ମନ୍ତ୍ରୀ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷିକ୍ଷେତ୍ରର ଉନ୍ନତି ପାଇଁ ଅଖିମୁଠି ଅନୁଷ୍ଠାନ ମାଧ୍ୟମରେ ପୂଜାର୍ଚ୍ଚନା କଲେ। ବରଗଡ଼ ଏମ୍ପି ପ୍ରଦୀପ ପୁରୋହିତ ଓ ଭଟଲି ବିଧାୟକ ଇରାସିସ ଆଚାର୍ଯ୍ୟ ଏହି ଅନୁଷ୍ଠାନରେ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହି ବର୍ତ୍ତମାନର ପ୍ରାକୃତିକ ବିପର୍ଯ୍ୟୟ ଓ ବଜାର ଅସ୍ଥିରତା ମଧ୍ୟରେ ଚାଷୀମାନଙ୍କୁ ସୁସଜ୍ଜିତ କରିବା ଆବଶ୍ୟକତା ଉପରେ ଜୋର ଦେଲେ।ଏହି ଅବସରରେ ବରଗଡ଼ ଜିଲ୍ଲାର ୧,୯୫,୩୭୦ ଜଣ କ୍ଷୁଦ୍ର ଓ ଭୂମିହୀନ ଚାଷୀଙ୍କ ଖାତାକୁ ପିଏମ୍ କିସାନ ସମ୍ମାନ ନିଧି ଅନୁଗୃହୀତ ହୋଇଥିଲେ। ଉଲ୍ଲେଖନୀୟ ଭାବରେ କୃଷି କ୍ଷେତ୍ରରେ ଉତ୍କୃଷ୍ଟ ପ୍ରଦର୍ଶନ କରିଥିବା ଅନେକ ଚାଷୀଙ୍କୁ ସମ୍ମାନିତ କରାଯାଇଥିଲା। ସମାରୋହର ଗୁରୁତ୍ୱପୂର୍ଣ୍ଣ ଅଂଶ ଥିଲା ସବସିଡି ଅନୁଗ୍ରହ। କୋମ୍ବାଇନ ହାର୍ଭେଷ୍ଟର କ୍ରୟ ପାଇଁ ଅତାବିରା ବ୍ଲକ ଖରମୁଣ୍ଡାର ଉମାକାନ୍ତ ପ୍ରଧାନ ଓ ଚକୁଳି ଗ୍ରାମର ଡୁଗାଦେବୀଙ୍କୁ ୩ ଲକ୍ଷ ଟଙ୍କା, ଟ୍ରାକ୍ଟର କ୍ରୟ ପାଇଁ ବରଗଡ଼ ବ୍ଲକ ତୋରା ଗ୍ରାମର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ୧.୫ ଲକ୍ଷ ଟଙ୍କା ଓ କଳାପାଣି ଗ୍ରାମର ରାଜୁ ସାହୁଙ୍କୁ ୧.୨ ଲକ୍ଷ ଟଙ୍କା ସବସିଡି ମୁଖ୍ୟ ଅତିଥି ହସ୍ତରେ ପ୍ରଦାନ କରାଯାଇଥିଲା। ଅନୁଷ୍ଠାନର ଆରମ୍ଭରେ ବରଗଡ଼ ଜିଲ୍ଲାପାଳ ଆଦିତ୍ୟ ଗୋୟଲ ସ୍ବାଗତ ଅଭିଭାଷଣ ଦେଇଥିଲେ। ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ପ୍ରସନ୍ନ ମିଶ୍ର ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରିଥିଲେ। ଜିଲ୍ଲା ପରିଷଦ ଉନ୍ନୟନ ଅଧିକାରୀ ଲଲାଟ କୁମାର ଲୁହା, ଉପ ଜିଲ୍ଲାପାଳ ପ୍ରସନ୍ନ କୁମାର ପାଣ୍ଡେ, ପୌରାଧ୍ୟକ୍ଷା କଳ୍ପନା ମାଝୀ, ବିଭିନ୍ନ ବିଭାଗୀୟ ଅଧିକାରୀ ଓ ଅଞ୍ଚଳର ଚାଷୀ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଏହି ଅବସରରେ ଉପସ୍ଥିତ ଥିଲେ।