ଭାରତ କୁ ଆସୁଛି ନୂଆଁ ଫାଇଟର ଜେଟ
ଭାରତ ଏବଂ ଫ୍ରାନ୍ସ ମଧ୍ୟରେ ହେଉଛି ଏତିହାସିକ ପ୍ରତିରକ୍ଷା ଚୁକ୍ତି! ଏହି ଚୁକ୍ତି ଅନୁଯାୟୀ, ଭାରତ ୬୩,୦୦୦ କୋଟି ଟଙ୍କାର ବିନିମୟରେ ୨୬ଟି ସାମୁଦ୍ରିକ ରାଫାଲ ବିମାନ କ୍ରୟ କରିଛି। ଏହି ବିମାନଗୁଡ଼ିକୁ INS ବିକ୍ରାନ୍ତରୁ ଉଡ଼ାଯିବ ଏବଂ ବର୍ତ୍ତମାନ ମୁତୟନ ହୋଇଥିବା MiG-29 ର ସ୍ଥାନ ନେବ। ୨୨ଟି ସିଙ୍ଗଲ-ସିଟର ଏବଂ ୪ଟି ଟୁଇନ-ସିଟର ରାଫାଲ ବିମାନ ଭାରତୀୟ ନୌସେନାର ଶକ୍ତିକୁ ଅପୂର୍ବ ଭାବେ ବୃଦ୍ଧି କରିବ। ଏହି ଚୁକ୍ତି ପୂର୍ବରୁ ଫ୍ରାନ୍ସ ୩୬ଟି ରାଫାଲ ଭାରତକୁ ଦେଇଥିଲା, ଏବେ ଏହି ନୂତନ ଚୁକ୍ତି ଭାରତକୁ ଅଦମ୍ୟ ଶକ୍ତି ଦେଉଛି ବୋଲି ଖବର ମିଳିଛି