ନବରଙ୍ଗପୁର, ୨୧ / ୪ : ଜୀବନ ସହଚାରୀ ଯେପରି ଜୀବନ ଶେଷକାରୀ ହୋଇପାରନ୍ତି, ଏହି ଘଟଣା ତାହାର ଏକ ଭୟଙ୍କର ଉଦାହରଣ। ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ଥାନା ଅଂଚଳରେ ଘଟିଥିବା ଏହି ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ସମାଜକୁ ହଳାଇଦେଇଛି
ଝରିଗାଁ ଅଞ୍ଚଳର ହଳଦୀ ଗାଁରେ ଜଣେ ସ୍ୱାମୀ , ତାଙ୍କ ସ୍ତ୍ରୀଙ୍କୁ ହତ୍ୟା କରି ମୃତଦେହକୁ ଘରର ବକ୍ସ ଖଟ ଭିତରେ ଲୁଚାଇ ରଖିଥିଲେ। ହତ୍ୟା ପରେ ଘରକୁ ତାଲା ଦେଇ ଅଭିଯୁକ୍ତ ନିଜ ଲାପତା ହୋଇଯାଇଥିବା ଜଣାପଡ଼ିଛି।ସ୍ତ୍ରୀଙ୍କ ବାପଘର ଲୋକେ ଦୁଇ ଦିନ ଧରି ଯେତେବେଳେ ସମ୍ପର୍କ ହୋଇନଥିବାରୁ ଚିନ୍ତିତ ହୋଇ ଘରକୁ ଆସିଥିଲେ, ତାଲା ବନ୍ଦ ଦେଖି ସନ୍ଦେହ ହୋଇଥିଲା। ତାଲା ଭାଙ୍ଗି ଘର ଭିତରେ ପସି ଖୋଜାଖୋଜି କରିବା ପରେ ବକ୍ସ ଖଟ ଭିତରେ ତାଙ୍କ ଝିଅଙ୍କ ମୃତଦେହ ଦେଖି ସ୍ଥବ୍ଧ ହୋଇଯାଇଥିଲେ।ଏପର୍ଯ୍ୟନ୍ତ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ, କିନ୍ତୁ ପୋଲିସ ଅଭିଯୁକ୍ତ ସ୍ବାମୀଙ୍କ ଖୋଜ ଜୋରଦାର କରିଛି। ଘଟଣା ଉପରେ ଅଞ୍ଚଳରେ ତୀବ୍ର ଚର୍ଚ୍ଚା ଚାଲିଛି।ଘର, ଯେଉଁଠି ରହିଥାଏ ସ୍ନେହ ଓ ସୁରକ୍ଷା, ସେଠି ଯଦି ଘଟେ ଏପରି ଦାନବୀୟ କାଣ୍ଡ — ତେବେ ସମାଜ ତା’ର ଦିଗଦର୍ଶନ ପ୍ରତି ଅନ୍ତର୍ଚିନ୍ତନ କରିବା ଅତ୍ୟାବଶ୍ୟକ।