Hot Posts

6/recent/ticker-posts

କଳାହାଣ୍ଡି ତହସିଲରେ ୪ ର୍ଥ ଶ୍ରେଣୀ କର୍ମଚାରୀଙ୍କୁ ବ୍ୟକ୍ତି ଗତ କାମ ପାଇଁ ନିଯୁକ୍ତି କରି ହଳିଆ ପରି ବ୍ୟବହାର କରିବା ଅଭିଯୋଗ ∣

କଳାହାଣ୍ଡି, ୨୩/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟାଳୟ ସ୍ଥିତ ଥିବା କଳାହାଣ୍ଡି ତହସିଲରେ ସରକାରୀ କାର୍ଯ୍ୟ କରିବା ପାଇଁ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ଏକ ୪ ର୍ଥ ଶ୍ରେଣୀ କର୍ମଚାରୀ ଭାବରେ ଦୀପକ ରଞ୍ଜନ ସେଠି ଙ୍କୁ ନିଯୁକ୍ତି କରିଥିଲେ ∣ ତହସିଲରେ ସରକାରୀ କାର୍ଯ୍ୟ କରିବା ପରେ କାର୍ଯ୍ୟରତ ଥିବା କର୍ମଚାରୀ ଦୀପକ ରଞ୍ଜନ ସେଠି ଙ୍କୁ ଅତିରିକ୍ତ ତହସିଲଦାର ନମ୍ରତା ମିଶ୍ର ନିଜର ବ୍ୟକ୍ତିଗତ କାମ କରିବା ପାଇଁ ବ୍ୟବହାର କରୁଥିବା ଓ ହଲିଆ ପରି ବ୍ୟବହାର କରୁଥିବା ଶ୍ରୀ ସେଠି ଗଣମାଧ୍ୟମ ପ୍ରକାଶ କରିଛନ୍ତି ∣ ସୂଚନା ଥାଉ କିଯେ ନମ୍ରତା ମିଶ୍ର ଉକ୍ତ ତହସିଲ ରେ ୩ ବର୍ଷ ରୁ ଉର୍ଦ୍ଧ ହେଲା କାର୍ଯ୍ୟ କରିଆସୁଛନ୍ତି ∣ ବିଭିନ୍ନ ସମୟରେ ଅତିରିକ୍ତ ତହସିଲଦାର ଓ ଉଚ୍ଚ ଅଧିକାରୀଙ୍କ ସ୍ତ୍ରୀ ମଧ୍ୟ ସେଠି ବାବୁକୁ ବଜାରକୁ ଯାଇ ମାଛ ଆଣିବା ଏବଂ ପନିପରିବା କିଣିବା ଏବଂ ବିଭିନ୍ନ ବ୍ୟକ୍ତିଗତ କାର୍ଯ୍ୟ କରିବା ପାଇଁ ପଠାଉଥିବା ଶ୍ରୀ ସେଠି ଅଭିଯୋଗ କରୁଛନ୍ତି ∣ କଳାହାଣ୍ଡି ଜିଲ୍ଲାରେ ବଡ଼ ବଡ଼ ଉଚ୍ଚ ଅଧିକାରୀ ମାନେ ବିଭିନ୍ନ ସମୟରେ ୪ ର୍ଥ ଶ୍ରେଣୀ ତଳିଆ କର୍ମଚାରୀ ମାନଙ୍କୁ କାର୍ଯ୍ୟ କରିବା ପାଇଁ ବାଧ୍ୟ କରି ଶୋଷଣ କରୁଥିବା ମଧ୍ୟ ଅଭିଯୋଗ ହେଉଛି ଏବଂ ନିଜ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ସରକାରୀ ଗାଡି ମଧ୍ୟ ବ୍ୟବହାର କରିବା ଦେଖିବାକୁ ମିଳୁଛି ∣ ଏହା ପ୍ରତି କଳାହାଣ୍ଡି ଜିଲ୍ଲାପାଳ ଓ ଓଡିଶା ସରକାର ଦୃଷ୍ଟି ଦେବା ପାଇଁ ସଚେତନ ନାଗରିକ ତରଫରୁ ଓ କଳାହାଣ୍ଡି ଜିଲ୍ଲାର ଜନସାଧାରଣ ତରଫରୁ ଦାବୀ ହେଉଛି ∣