Hot Posts

6/recent/ticker-posts

ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚା ଉପସଭାପତୀଙ୍କ ଉନ୍ମାକ୍ତ କାଣ୍ଡ : ପ୍ରଥମେ ମହିଳା ପୁଲିସଙ୍କୁ ନାଲିଆଖି ପରେ ସାମ୍ବାଦିକଙ୍କ ଚରିତ୍ର ସଂହାର ଓ ହତ୍ୟା ଧମକ। ଥାନାରେ ଏତଲା, ଗିରଫ ଦାବି l

ବାଲେଶ୍ଵର , ୨୪/୧୦ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲାରେ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ବିରୁଦ୍ଧରେ କୃତ୍ରିମ ବୁଦ୍ଧିମତ୍ତା (AI) ଟେକ୍ନୋଲୋଜିର ଦୁରୁପଯୋଗ କରି ବିକୃତ ଫୋଟୋ, ଅଶାଳୀନ ମନ୍ତବ୍ୟ ସୋସିଆଲ ମିଡିଆରେ ପୋଷ୍ଟ କରିବା ଏବଂ ଜୀବନରୁ ମାରିଦେବାକୁ ଧମକ ଦେବା ଭଳି ଏକ ସାଂଘାତିକ ଅଭିଯୋଗ ସାମ୍ନାକୁ ଆସିଛି। ଏହି ଘଟଣାରେ ଜଣେ ସାମ୍ବାଦିକ ସହଦେବଖୁଣ୍ଟା ଥାନାରେ ଲିଖିତ ଏତଲା ଦେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ ଦୃଢ଼ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ତେବେ ସୂଚନା ଅନୁଯାଇ ​ଗତ ଶୁକ୍ରବାର ରାତିର ଜେଲ ରୋଡ଼ ସ୍ଥିତ ରାସ୍ତାକୁ ପୁଲିସ ଦୁର୍ଗା ପୂଜା ଭଷାଣ ପାଇଁ ଆଇନ ଶୃଙ୍ଖଳା ଦୃଷ୍ଟିରୁ ବନ୍ଦ କରାଯାଇଥିଲା। ସେହି ରାସ୍ତା ଦେଇ ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ଉପ ସଭାପତି ପ୍ରହଲାଦ ଦାସ ମଦ୍ୟପ ଅବସ୍ଥାରେ ମହିଳା ପୁଲିସକୁ ଅଶାଳୀନ ବ୍ୟବହାର କରୁଥିବାର କାର୍ଯ୍ୟରତ ସାମ୍ବାଦିକ ମାନେ ଭିଡିଓ ରେକଡ଼ିଂ କରିଥିଲେ ଯାହା ସାମଜିକ ଗଣ ମାଧ୍ୟମରେ ଭାଇରାଲ ହୋଇ ଯାଇଥିଲା ପରଵର୍ତ୍ତି ଅବସ୍ଥାରେ ଆକ୍ରୋଶ ମୂଳକ ଭାବେ ପ୍ରହଲ୍ଲାଦ ନିଜ ବ୍ୟକ୍ତି ଗତ ଫେସବୁକ ଆଇଡ଼ିରୁ ଜଣେ କାର୍ଯ୍ୟରତ ସାମ୍ବାଦିକଙ୍କ ନାମରେ ମିଛ ଏଆଇ (AI) ଜେନେରେଟେଡ଼ ଫୋଟ ପୋଷ୍ଟ କରି ଉକ୍ତ ନ୍ୟୁଜ ନକରିବାକୁ ଚେଷ୍ଟା କରିଥିଲେ। ପ୍ରହଲ୍ଲାଦ AI ଟେକ୍ନୋଲୋଜି ବ୍ୟବହାର କରି ସଞ୍ଜୟଙ୍କର ଏଡିଟେଡ୍ ବା ବିକୃତ ଫୋଟୋ ସହ ଅତ୍ୟନ୍ତ ଅସଂସଦୀୟ ଓ ଅପମାନଜନକ ମନ୍ତବ୍ୟ ନିଜର ନିଜସ୍ୱ ଫେସବୁକ୍ ଆଇଡିରୁ ପୋଷ୍ଟ କରି କ୍ରମାଗତ ଅପପ୍ରଚାର ଚଳାଇଥିଲେ । ଜୀବନରୁ ମାରିଦେବାକୁ ଧମକ ଦେବାକୁ ମଧ୍ୟ ପଚାଇ ନଥିଲେ। କେବଳ ସେତିକି ନୁହେଁ, ଉକ୍ତ ଫେସବୁକ୍ ପୋଷ୍ଟର କମେଣ୍ଟ ବକ୍ସରେ ଏବଂ ବିଭିନ୍ନ ମାଧ୍ୟମରେ ଅଭିଯୁକ୍ତ ଓ ତାଙ୍କ ସହଯୋଗୀମାନେ ସଞ୍ଜୟଙ୍କୁ ସାମ୍ନାସାମ୍ନି ତଥା ଲୋକ ଲଗାଇ ଜୀବନରୁ ମାରିଦେବାକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି କାରଣରୁ ସଞ୍ଜୟ ଓ ତାଙ୍କ ପରିବାର ଗଭୀର ମାନସିକ ନିର୍ଯାତନା ଏବଂ ସୁରକ୍ଷାହୀନତାରେ ଦିନ କାଟୁଛନ୍ତି। ​କଠୋର ଆଇନଗତ ଘଟଣାର ସଂବେଦନଶୀଳତାକୁ ଦୃଷ୍ଟିରେ ରଖି ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଆଇନ୍ (IT Act) ର ସମ୍ପୃକ୍ତ ଧାରା ଅଧୀନରେ ତୁରନ୍ତ ଏଫ୍.ଆଇ.ଆର୍. (FIR) ରୁଜୁ କରିବା ସହ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସଞ୍ଜୟ ପୋଲିସ ନିକଟରେ ନିବେଦନ କରିଛନ୍ତି। ଏହା ସହ ତାଙ୍କର ଓ ତାଙ୍କ ପରିବାରର ଜୀବନ-ସମ୍ପତ୍ତିର ସୁରକ୍ଷା ନିଶ୍ଚିତ କରିବାକୁ ସେ ଦାବି କରିଛନ୍ତି।ଏହି ବାବଦରେ ବାଲେଶ୍ୱର ସହଦେଵଖୁଣ୍ଟା ଥାନାରେ ଏକ ଲିଖିତ ଏତଲା ଦିଆଯାଇଥିବାବେଳେ ବାଲେଶ୍ୱର କାର୍ଯ୍ୟରତ ସାମ୍ବାଦିକ ମାନେ ଯୋଗଦେଇଏହି ଘଟଣାକୁ ଦୃଢ ନିନ୍ଦା କରିଛନ୍ତି । ବାଲେଶ୍ୱର ଉତ୍କଳ ସାମ୍ବାଦିକ ସଂଘର ସଭାପତି ଲୋକନାଥ ଦଳେଇ, ନର୍ଥ ଓଡିଶା ମିଡ଼ିଆ କ୍ଳବର ସଭାପତି ଅମୀୟ ମହାନ୍ତି, ପ୍ରଦୀପ ବେରା, ଲାଭା ପଣ୍ଡା, ରଂଜିତ ଦାସ, ସଂଜିତ ଦାସ ସତ୍ୟ ଦାସ, ତାପସ ଦାସ, ହରିଶଙ୍କର ଦାସ, ରିଜ୍ୱାନ ଖାନ, ସୁଧାଂଶୁ ବାରିକ, ଅନ୍ୟମାନେ ଯୋଗଦେଇଥିଲେ।



ବାଲେଶ୍ଵର ଜିଲ୍ଲା ରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l