ବାଲେଶ୍ଵର, ୧୪/୧୦ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ନଟାକଟା ପଞ୍ଚାୟତ ସ୍ଥିତ ସିଦ୍ଧେଶ୍ବର ଡିଗ୍ରୀ କଲେଜରେ ସଂସଦ ନିର୍ବାଚନକୁ ନେଇ ଛାତ୍ର/ଛାତ୍ରୀମାନଙ୍କ ମଧ୍ୟରେ ଉତ୍ସାହ ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି। ୧୫ ତାରିଖରେ ହେବାକୁ ଥିବା ନିର୍ବାଚନରେ ଛାତ୍ର ବିଜୁ ଜନତା ଓ ଏଭିବିପି ପ୍ରାଣମୂର୍ଚ୍ଚା ଉଦ୍ୟମ ଆରମ୍ଭ ହୋଇଛି । ବୁଧୁବାର ଛାତ୍ର ନେତାମାନେ ନିଜ ନିଜ ସମର୍ଥକମାନକୁ ନେଇ ପୂଜାଅର୍ଚ୍ଚନା କରିଥିଲେ। ସେଠାରୁ ବିଜୁ ଛାତ୍ର ଜନତା ମାଦଳ ବଯାଇ ବିରାଟ ଶୋଭାଯାତ୍ରାରେ ଷ୍ଟେସନ ଠାରୁ ବାହାରି ବଜାର ପରିକ୍ରମା କରି କଲେଜ କେମ୍ପସକୁ ନିଜ ନିଜ ସମର୍ଥଙ୍କୁ ଧରି ଯାଇଥିଲେ। ଉଭୟ ଦଳର ବଡ଼ ବଡ଼ ପଦବୀ ଗୁଡିକ ହାତେଇବା ପାଇଁ ପ୍ରାଣମୁର୍ଚ୍ଛା ଉଦ୍ୟମ ଆରମ୍ଭ କରିଛି। ତେବେ ଛାତ୍ର ସଂସଦର ନେତାମାନେ ଜୋରସୋର ରେ ସକାଳ ଠାରୁ ପ୍ରାୟ ରାତ୍ରୀ ପ୍ରର୍ଯ୍ୟନ୍ତ କଲେଜ ପରିସରରେ ଓ କଲେଜ ବାହାରେ ମେସ, ହଷ୍ଟେଲ ଓ ଛାତ୍ର/ଛାତ୍ରୀଙ୍କ ଘରକୁ ଘର ପ୍ରଚାର କରୁଥିବା ଦେଖିବାକୁ ମିଳିଛି।ଆଜି ସକାଳେ ୧୧ ଘଟିକା ସମୟରେ ହ୍ବାଟ ଆଇ ଷ୍ଟାଣ୍ଡ ଫର ମିଟ ସମୟରେ ଉଭୟ ଦଳର ପ୍ରାର୍ଥୀମାନେ ନିଜ ଓ ନିଜ ଦଳ ଆଡକୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଉଧାରଣ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଜର ବ୍ୟକ୍ତବ ରଖିଥିଲେ। ଶାନ୍ତି ଶୃଙ୍ଖଳାର ସହିତ ହ୍ବାଟ ଆଇ ଷ୍ଟାଣ୍ଡ ଫର ମିଟ ସମୟରେ ଶାନ୍ତି ଶୃଙ୍ଖଳାର ସହିତ ସମାପନ ହୋଇଥିଲା। ହେଲେ ଚଳିତ ବର୍ଷ ଦୁଇଦଳ ମଧ୍ୟରେ କିଏ ଜିତିବ କିଏ ହାରିବ ଜଣାପଡ଼ୁ ନଥିବା ବେଳେ ଉଭୟ ଦଳ ମୁଖ୍ୟ ପଦବୀ ଗୁଡିକୁ ହାତେଇବା ପାଇଁ ଉଭୟ ଦଳ କାହାକୁ ଆଇସକ୍ରିମ, ପାଣିବୋତଲ, ଗୁପଚୁପ, ଥଣ୍ଡା ଦେଇ ମେସ ମେସରେ ମାଂସ ଦେଇ ଭୋଟର ଭୋଟକୁ ହାତେଇବା ପାଇଁ ପ୍ରାଣମୂର୍ଚ୍ଚା ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଥାଉ କି ଯେ, ପ୍ଳାଟଫରମ ସ୍ପିଚ ପୂର୍ବରୁ ମହାବିଦ୍ୟାଳୟର ଅଧକ୍ଷ ଓ ନିର୍ବାଚନ ପରିଚାଳନା ଦାଇତ୍ବ ଥିବା ଅଧ୍ୟାପକ / ଅଧ୍ୟାପିକା ଚଳିତ ବର୍ଷର ନିର୍ବାଚନର ନୀତି ନିୟମ ଛାତ୍ର/ଛାତ୍ରୀଙ୍କୁ ଅବଗତ କରାଇଥିଲେ। ସମସ୍ତେ କହୁଛନ୍ତି ଆମେ ଜିତିବୁ। ତେବେ ୧୫ ତାରିଖ ଛାତ୍ର/ଛାତ୍ରୀମାନେ କାହା ଉପରେ ଶୁନା କଳସ ଢ଼ାଳିବେ ତାହା ଦେଖିବାକୁ ବାକିରହିଲା। ଆଇନ ଶୃଙ୍ଖଳାକୁ ବିପର୍ଯ୍ୟସ୍ତ କିପରି ନ ହେବ ସେଥିପାଇଁ ବସ୍ତା ଥାନ ଆଇଆଇସି ରଞ୍ଜିତ କୁମାର ସାହୁଙ୍କ ନିର୍ଦେଶ କ୍ରମେ ଅମର୍ଦାରୋଡ ଫାଣ୍ଡି ଅଧିକାରୀ ଏସ.ଆଇ ବିଜୟ କୁମାର ବାରିକ ସଦଳବଳେ ପେଟ୍ରୋଲିଙ୍ଗ ଜୋରଦାର କରିଥିବା ଦେଖିବାକୁ ମିଳିଛି।
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
