ବସ୍ତା, ବାଲିଆପାଳ ବ୍ଲକ ର ବିଭିନ୍ନ ପଞ୍ଚାୟତ ରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ l
ବାଲେଶ୍ଵର, ୨୫/୧୦ (ପ୍ରଭାକର ମଲ୍ଲିକ) : ବାଲେଶ୍ଵର ଜିଲ୍ଲାର ବସ୍ତା, ବାଲିଆପାଳ ବ୍ଲକର ବିଭିନ୍ନ ପଞ୍ଚାୟତ ରେ ପ୍ରସିଦ୍ଧ ମା' ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି। ଚଳିତ ବର୍ଷ ବସ୍ତା ବ୍ଲକ ଅଞ୍ଚଳରେ ସମସ୍ତ ପୂଜା ମଣ୍ଡପରେ ମା'ଙ୍କୁ ସ୍ଥାପନ କରାଯାଇ ଯଥା ରୀତି ନୀତି ଅନୁଯାଇ ପୂଜା ଅର୍ଚ୍ଚନା କରାଯାଉଛି। ପୂଜା ମଣ୍ଡପକୁ ରଙ୍ଗୀନ ଆଲୋକ ମାଳା ଓ ଆକର୍ଷଣିୟ ସାଜସଜ୍ଜାରେ ସମଗ୍ର ବସ୍ତା, ବାଲିଆପାଳ ବ୍ଲକ ଅଞ୍ଚଳ ର ବିଭିନ୍ନ ଗାଁ ର ନବକଳେବର ଧାରଣ କରିଛି। ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ମୁତୟନ କରାଯାଇଥିବା ବେଳେ ମା' ଦୁର୍ଗାଙ୍କ ପାର୍ବଣ ପରେ ଗଜଲକ୍ଷ୍ମୀ ପୂଜା ପାଇଁ ଅମର୍ଦାରୋଡ ସାର୍ବଜନୀନ ଲକ୍ଷ୍ମୀ ପୂଜା, ଲକ୍ଷ୍ମୀ ବଜାରର ପୂଜା ଧୂମଧାମର ସହିତ ପାଳିତ ହେଉଛି। ଅମର୍ଦାରୋଡ ସମେତ ବସ୍ତା ବ୍ଲକ, ବାଲିଆପାଳ ବ୍ଲକ ଅଞ୍ଚଳ ରେ ମା ଗଜ ଲକ୍ଷ୍ମୀ ଙ୍କ ପୂଜା ପାଇଁ ଗାଁ ଓ ସହର, ପଞ୍ଚାୟତ ଚଳଚଞ୍ଚଳ ହୋଇ ଉଠିଛି। ୨୦୦୦ ମସିହା ଠାରୁ ଆରମ୍ଭ ହୋଇଥିବା ଅମର୍ଦାରୋଡ ଲକ୍ଷ୍ମୀ ମାର୍କେଟ ପୂଜା ବ୍ୟବସାୟୀ ବନ୍ଧୁମାନେ ମାଙ୍କ ପୂଜା କରି ଆସୁଛନ୍ତି। ଚଳିତ ବର୍ଷ ପୂଜା ମଣ୍ଡପ ସୋଉଛ ତୋରଣ ସହ ରଙ୍ଗ ବେରଙ୍ଗ ଆଲୋକମାଳା ମାଙ୍କର ମୃଣ୍ମୟ ମୃର୍ତ୍ତି ଝଲସି ଉଠୁଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ ଆକର୍ଷଣୀୟ ତୋରଣ ବିଗତ ବର୍ଷମାନଙ୍କ ଠାରୁ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ଅମର୍ଦାରୋଡ ସମେତ ବସ୍ତା, ବାଲିଆପାଳ ବ୍ଲକ ମାନଙ୍କରେ ଲକ୍ଷ୍ମୀ ପୂଜା ସାଉଡ଼ି, ବଳଙ୍ଗ, ନିମାପଦା , କଷାଫଳ, ରତେଇ, ବିଷ୍ଣୁପୁର, ଛାନୁଆ, ସାର୍ଥା, କୁଣ୍ଡଳୀ, ଜାମୁ ଶୂଳୀ, ଛୟାଳିଆ, ବଳଙ୍ଗ ଚକ, ଭାନୁ ପୁର, ନୂଆ ଗାଁ, କଇଁ ନଗରୀ, ବାଲିସାହି, ନାଇକୁଡ଼ି,, ଆଗଡ଼ପଡା, ସାହାଡ଼ା ଆଦି ବିଭିନ୍ନ ପଞ୍ଚାୟତ ଗାଁ ରେ ଧୁମ ଧାମ ରେ "ମା " ଗଜ ଲକ୍ଷ୍ମୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି l
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l