କଳାହାଣ୍ଡି, ୦୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କଳମପୁର ବ୍ଲକରେ ରବିବାର ଭାରତୀୟ ଜନତା ପାର୍ଟି ବିଜେପି ତରଫରୁ ‘ସେବା ସଂକଳ୍ପ ଅଭିଯାନ’ ଅନ୍ତର୍ଗତ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅନୁଷ୍ଠିତ ହୋଇଯାଇଛି । 'ମାନବ ସେବା ହିଁ ମାଧବ ସେବା' ଏହି ମହତ ଉଦ୍ଦେଶ୍ୟକୁ ଆଖି ଆଗରେ ରଖି ସମାଜର ଜରୁରୀକାଳୀନ ରକ୍ତ ଆବଶ୍ୟକତା ପୂରଣ କରିବା ଲକ୍ଷ୍ୟରେ ଏହି ଶିବିରର ଆୟୋଜନ କରାଯାଇଥିଲା । କଲମପୁର ସମିତି ଅଧ୍ୟକ୍ଷା ଜ୍ୟୋତି ନାଏକ ଏହି ରକ୍ତଦାନ ଶିବିର କୁ ଉଦଘାଟନ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ସ୍ଥାନୀୟ ଦଳୀୟ କାର୍ଯ୍ୟକର୍ତ୍ତା ତଥା ଯୁବବର୍ଗ ଉପସ୍ଥିତ ରହି ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିବା ବେଳେ ଶିବିରରୁ ମୋଟ ୫୫ ୟୁନିଟ୍ ରକ୍ତ ସଂଗୃହୀତ ହୋଇଛି । ଏହି ରକ୍ତଦାନ ଶିବିରରେ ଧର୍ମଗଡ଼ ବିଧାୟକ ସୁଧିର ରଞ୍ଜନ ପଟ୍ଟଯୋଶୀ, କଲମପୁର ବିଡିଓ ବିଜୟ କୁମାର ମାଡାଙ୍ଗି, ବିଜେପି କଲମପୁର ବ୍ଲକ ପ୍ରଭାରୀ ଲକ୍ଷ୍ମୀ ବାଗ, ବିଧାୟକ ପ୍ରତିନିଧି ସୁଶାନ୍ତ ରାଉତ,କଲମପୁର ବ୍ଲକ ବିଜେପି ଜୋନ୍ ୦୧ ସଭାନେତ୍ରୀ ସରିତା ସରପ, ଜୋନ ୦୨ ସଭାପତି ହିତେଶ ପାତ୍ର, ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ପଣ୍ଡା, ବରିଷ୍ଠ ନେତା ବିଜୟ କୁମାର ପଣ୍ଡା, ପୂର୍ବତନ କଲମପୁର ମଣ୍ଡଳ ସଭାପତି କମଳ ବାଗ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଆକାଶ ଚନ୍ଦ୍ର ନାଏକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହି ରକ୍ତ ସଂଗ୍ରହ କାର୍ଯ୍ୟ ସମ୍ପାଦିତ ହୋଇଥିଲା । ଏଥିରେ ଧର୍ମଗଡ଼ ରକ୍ତଭଣ୍ଡାର କର୍ମଚାରୀ ଟେକ୍ନିସିଆନ୍ ଭବାନୀ ଶଙ୍କର ଶବର, ଆକୁଳ ବିଶୋଇ, ଆଟେଣ୍ଡାଣ୍ଟ ଭରତ ଚନ୍ଦ୍ର କାଣ୍ଡ ଏବଂ ପରମେଶ୍ୱର ସୁନାନୀ ପ୍ରମୁଖ ରକ୍ତଦାତାଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ I ଘନଶ୍ୟାମ ନାଏକ, ଶୁସିଳ କୁମାର ଜୈନ, ଯୁବନେତା ସୌରଭ ବେହେରା, ଶିବାଜୀ ଚିନ୍ଦା, ପୁଣ୍ଡରୀକାକ୍ଷ ନାଏକ ପ୍ରମୁଖ ଶିବିର ପରିଚାଳନାରେ ସକ୍ରିୟ ସହଯୋଗ କରି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।
କଳାହାଣ୍ଡି ଜିଲ୍ଲା, ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
