କଲମପୁର ଠାରେ ଘର ଭିତରୁ ମହିଳାଙ୍କ ଝୁଲତା ମୃତ ଦେହ ଉଦ୍ଧାର,ହତ୍ୟା ଅଭିଯୋଗ କଲେ ମୃତ ମହିଳାଙ୍କ ମାଆ
କଲାହାଣ୍ଡି, ୦୪/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କଲମପୁର ବ୍ଲକ ଆଜି ରବିବାର ସକାଳୁ ସକାଳୁ କଲମପୁର ଲଙ୍କେଶ୍ଵରୀ ମନ୍ଦିର ସମ୍ମୁଖରେ ଥିବା ଏକ ଘର ଭିତରେ ଜଣେ ପ୍ରାୟ ୨୩ ବର୍ଷିୟ ବିବାହିତା ମହିଳାଙ୍କ ମୃତ ଦେହ ଝୁଲନ୍ତା ଅବସ୍ଥାରେ ଥିବା ପ୍ରଚାର ହେଇଥୁଲା I ଭକ୍ତ ମହିଳା ଜଣକ ହେଲେ କଲମପୁର ତଲପଡାର ପ୍ରତୀକ ନିମ୍ନଲିଆ ଙ୍କ୍ ପତ୍ନୀ ଦୀପାଞ୍ଜଳୀ ନିମ୍ନଲିଆ ବୋଲି ସୂଚନା ମିଳିଥିଲା । ଏନେଇ ଜୁନାଗଡ ଥାନା ତୁଲସୀପାଲି ବରଗାଁ ଠାରେ ଥିବା ମୃତ ମହିଳାଙ୍କ ପରିବାର ସୂଚନା ପାଇଥିଲେ I ତୁରନ୍ତ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କଲମପୁର ଥାନାରେ ନିଜ ଝିଅକୁ ଯୋଜନାବଦ୍ଧ ଭାବେ ହତ୍ୟା କରିଥିବା ମୃତ ମହିଳାଙ୍କ ମାଆ ପଙ୍କଜିନୀ ପୁଝାରୀ ଲିଖିତ ଅଭିଯୋଗ କରିଥିଲେ । ଏହି ଅଭିଯୋଗ କୁ ଭିତି କରି କଲମପୁର ପୁଲିସ ଥାନା କେସ ନମ୍ବର ୧୫୫/୨୬ ରେ ମାମଲା ରୁଜୁ କରି ଥାନା ଅଧୂକାରୀ ସୁନିଲ କୋଣ୍ଡାଗୋରୀ ଘଟଣାର ପ୍ରାଥମିକ ତଦନ୍ତ କରିଥିଲେ । ଏହାପରେ ଘଟଣାର ଅଧୂକ ତଦନ୍ତ ପାଇଁ ଜିଲ୍ଲା ସାଇନଟିଫିକ ଟିମ୍ ର ସହାୟତା ନେଇଥିଲେ । ସାଇନଟିପିକ୍ ଟିମ୍ ଅଧୁକାରୀ ପୁଷ୍ପାଞ୍ଜଳୀ ତାଣ୍ଡିଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଟିମ୍ ଘଟଣାସୁଳରେ ପହଞ୍ଚି ଘଟଣାର ତଦନ୍ତ କରିଥିଲେ । ଏହାପରେ ମାଜିଷ୍ଟ୍ରେଟ ଦାଇତ୍ବରେ ଥିବା ଅତିରିକ୍ତ ତହସିଲଦାର ଦେବୀ ପ୍ରସନ୍ନ ଷଢଙ୍ଗୀଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ପଞ୍ଚନାମା କରାଯାଇଥିଲା । ଏହାସହ ମୃତ ଦେହର ଅଧିକ ପରୀକ୍ଷା ଆବଶ୍ୟକ ହେତୁ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ