Hot Posts

6/recent/ticker-posts

ଲାଞ୍ଜିଗଡ ବ୍ଲକ୍‌ ଠାରେ ଜିଲ୍ଲାସ୍ତରୀୟ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି I

କଳାହାଣ୍ଡି, ୨୬/୧୦ ( ବିଷ୍ଣୁ ଚାରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକରେ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା,୩ ଟି ଅଭିଯୋଗର ତତ୍କାଳ ସମାଧାନ ହୋଇଯାଇଥିଲା I ଜନସାଧାରଣଙ୍କ ଅଭିଯୋଗର ଜନଶୁଣାଣି କରି ସେଗୁଡ଼ିକର ତୁରନ୍ତ ଓ ନ୍ୟାୟସଙ୍ଗତ ସମାଧାନ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଆଜି କଳାହାଣ୍ଡି ଜିଲ୍ଲାର ଲାଞ୍ଜିଗଡ ବ୍ଲକ୍ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ କଳାହାଣ୍ଡି ଜିଲ୍ଲାର ଜିଲ୍ଲାପାଳ ସଚିନ ପାୱାର ପ୍ରକାଶ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଜନଶୁଣାଣି କରିଥିଲେ । ଏହି ଶିବିରରେ ଉପ-ଜିଲ୍ଲାପାଳ ଭବାନୀପାଟଣା ଆସ୍ନି,ଏ.ଏଲ, ଲାଞ୍ଜିଗଡ ବ୍ଲକ୍ ଅଧ୍ୟକ୍ଷI କମଳା ପାତ୍ର, ଲାଞ୍ଜିଗଡ ବ୍ଲକ ଉପାଧ୍ୟକ୍ଷ ସଂଜୀବ ନାୟକ,ଜିଲ୍ଲା ପରିଷଦ ସଦସ୍ୟ ପରୀକ୍ଷିତ ନାୟକ ଉପସ୍ଥିତ ରହିଥିଲେ । କଳାହାଣ୍ଡି ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରୀୟ ଓ ଉପବିଭାଜିତ ସ୍ତରୀୟ କର୍ମ କର୍ତ୍ତା ମାନ ଏହି ଅଭିଯୋଗ ଜନଶୁଣାଣି ଶିବିର ଉପସ୍ଥିତ ରହିଥିଲେ I ଶିବିରରେ ବିଭିନ୍ନ ସମସ୍ୟାର ସମାଧାନ ଆଶାରେ ଆସିଥିବା ଅଭିଯୋଗକାରୀମାନେ ନିଜ ନିଜର ସମସ୍ୟା ଓ ଅଭିଯୋଗକୁ ଜିଲ୍ଲାପାଳଙ୍କ ନିକଟରେ ଉପସ୍ଥାପନ କରିଥିଲେ । ଜିଲ୍ଲାପାଳ ଅଭିଯୋଗଗୁଡ଼ିକୁ ଗୁରୁତ୍ୱର ସହ ବିଚାର କରିବା ସହ ସମ୍ପୃକ୍ତ ବିଭାଗର ଅଧିକାରୀମାନଙ୍କୁ ଆବଶ୍ୟକ ତଦନ୍ତ କରି ଓ ଉଚ୍ଚିତ ପଦକ୍ଷେପ ଗ୍ରହଣ କରିବାକୁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଏହି ଅଭିଯୋଗ ଜନଶୁଣାଣି ଶିବିରରେ ମୋଟ ୪୨ଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ସେଥିମଧ୍ୟରୁ ୨୩ଟି ବ୍ୟକ୍ତିଗତ ଅଭିଯୋଗ ଏବଂ ୧୯ଟି ଗ୍ରାମ୍ୟ ଓ ସାମୂହିକ ଅଭିଯୋଗ ରହିଥିଲା । ଆଜି ଏହି ଜିଲ୍ଲା ଅଭିଯୋଗ ଜନଶୁଣାଣି ଶିବିରରେ ଜିଲ୍ଲା ମୁଖ୍ୟ ଯୋଗାଣ ନିରିକ୍ଷକ ରଞ୍ଜନ କୁମାର ପଣ୍ଡା ଏବଂ ଲାଞ୍ଜିଗଡ ବ୍ଲକ ଯୋଗାଣ ନିରିକ୍ଷକ ଦିଲ୍ଲୀପ ନାୟକ ଉପସ୍ଥିତରେ ଜିଲ୍ଲାପାଳ ୧୦ ଜଣଙ୍କୁ ନୂତନ ରାଶନ କାର୍ଡ ବଣ୍ଟନ କରିଥିଲେ I ଗ୍ରହଣ କରାଯାଇଥିବା ଅଭିଯୋଗଗୁଡ଼ିକ ମଧ୍ୟରୁ ୩ଟିର ସମାଧାନ ତତ୍କାଳ ଘଟଣାସ୍ଥଳରେ ସମାଧାନ କରାଯାଇଥିଲା । ଅବଶିଷ୍ଟ ଅଭିଯୋଗଗୁଡ଼ିକର ତୁରନ୍ତ ତଦନ୍ତ ଓ ନିୟମାନୁଯାୟୀ ସମାଧାନ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ପଠାଯାଇଥିଲା I


କଳାହାଣ୍ଡି ଜିଲ୍ଲା,ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ