ବନ୍ୟା ପରେ ଏବେ ‘ବଗ’ ପାଲଟିଛନ୍ତି ବଇରୀ
ବରୀ, ୨୩/୧୦ ( ରଂଜିତ ମହାନ୍ତି ) : ସାମ୍ପ୍ରତିକ ବନ୍ୟାର ପ୍ରଳୟଙ୍କରୀ କ୍ଷଯ କ୍ଷୟକ୍ଷତି ପରେ ଏବେ ବରୀ ବ୍ଲକ ଅଞ୍ଚଳରେ ଚାଷୀଙ୍କ ପାଇଁ ନୂଆ ସଙ୍କଟ ଦେଖାଦେଇଛି। ବନ୍ୟାରେ ଫସଲ ଜୁଡ଼ିଯିବା ପରେ ଚାଷୀ ରବି ଋତୁ ପାଇଁ କ୍ଷେତରେ ବୁଣୁଥିବା ବିହନକୁ ଶହ ଶହ ବଗ ଖାଇ ନଷ୍ଟ କରି କରିଦେଉଥୂବା ହୋଇଛି ଅଭିଯୋଗ ଇଛି। ପ୍ରାକୃତିକ ବିପର୍ଯ୍ୟୟ ରେ ଏବେ ପକ୍ଷୀଙ୍କ ଉପଦ୍ରବ ପରେ ଯୋଗୁଁ ଚାଷୀ ଦେଇ ବସିଛି। କୂଳ ମୁଣ୍ଡରେ ହାତ ସୂଚନା ଅନୁଯାୟୀ, ଗତ ପ୍ରଳୟଙ୍କରୀ ବନ୍ୟାରେ ବରୀ ବ୍ଲକର ୨୩ଟି ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି ଘଟିଥିଲା। ଧାନ ଫସଲଠାରୁ ଆରମ୍ଭ କରି ପନିପରିବା ଚାଷ ଦୀର୍ଘ ଦିନ ଧରି ବନ୍ୟା ଜଳରେ ବୁଡ଼ି ରହି ସମ୍ପୂର୍ଣ୍ଣ ପଚି ନଷ୍ଟ ହୋଇଯାଇଥିଲା। ବର୍ଷକର ଦାନା ଛଡ଼ାଇ ଛଡ଼ ନେଇଥିବା ଏହି ବିପର୍ଯ୍ୟୟ ପରେ ମଧ୍ଯ ଚାଷୀ ହତୋତ୍ସାହିତ ନହୋଇ ପୁଣି ଥରେ ମନରେ ସାହସ ବାନ୍ଧି ଲକ୍ଷ୍ୟରେ ଚ କ୍ଷେତକୁ ଓହ୍ଲାଇଥିଲେ। ଥିଲେ I କ୍ଷତି ଭରଣା ରବି ଫସଲ ପାଇଁ ଜମି ପ୍ରସ୍ତୁତ କରି ବିହନ ବୁଣିବା ଆରମ୍ଭ କରିଥିଲେ। ମାତ୍ର ବର୍ତ୍ତମାନ ବିଲରେ ପଲ ପଲ ବଗ ଗ ବସିରହି ବୁଣାଯାଇଥିବା ବିହନକୁ ଖାଇ ଖାଇ ଦେଉଛନ୍ତି। ଏଥିସହିତ ପାଦରେ ଚାପି ଗଜା ହେଉଥିବା କଅଁଳ ଅଙ୍କୁରକୁ ଭାଙ୍ଗି ନଷ୍ଟ କରିଦେଉଛନ୍ତି । ଚାଷୀମାନେ ଦିନତମାମ ବିଲରେ ଜଗିରହି ପକ୍ଷୀଙ୍କୁ ଘଉଡ଼ାଇ ଘଉଡ଼ାଇ ନ ନୟାନ୍ତ ହେଉଥିଲେ ହେଁ ସେମାନେ କିଆରିରୁ କିଆରି ଉଡ଼ି ବୁଲି ନଷ୍ଟ ଚଳାଇଛନ୍ତି। ସ୍ଥିତି ଏଭଳି ହୋଇଛି ଯେ ଅନେକ ସ୍ଥାନରେ ଚାଷୀ ଦୁଇରୁ ତିନି ଥର ବିହନ ବୁଣି ସାରିଥିଲେ ସୁଦ୍ଧା ବଗଙ୍କ ଉପ ଉପଦ୍ରବ କାରଣରୁ ଫସଲ ଗଜା ହେବା ସମ୍ଭବ ହୋଇପାରୁନାହିଁ। ଏହି ଦ୍ବିଗୁଣିତ କ୍ଷତି ଯୋଗୁଁ ସ୍ଥାନୀୟ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିପଡ଼ିଥିବା ବେଳେ ପ୍ରଶାସନିକ ସହାୟତା ପାଇଁ ଦାବି ହୋଇଛି।