ସରକାରୀ ଡିଗ୍ରୀ କଲେଜ ନିର୍ବାଚନ ଫଳାଫଳ ପ୍ରକାଶ, ଏ ବି ଭି ପି ସମର୍ଥିତ ପ୍ରାର୍ଥୀ ମନ ରଞ୍ଜନ ଦୁର୍ଗା ନିର୍ଦ୍ୱନ୍ଦରେ ସଭାପତି ନିର୍ବାଚିତ।
ଝରୀଗାଁ, ୧୬/୧୦ (ନକୁଳ ଭତ୍ରା) : ଝରିଗାଁ ଡିଗ୍ରୀ କଲେଜ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଫଳାଫଳ ପ୍ରକାରେ ଝରିଗାଁ ୟୁ ଜି ଯୁକ୍ତ ୨ ଶ୍ରେଣୀ ଛାତ୍ର ମନରଂଜନ ଦୁର୍ଗା ନିର୍ଦ୍ୱନ୍ଦରେ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଅନ୍ୟ ମାନଙ୍କ ମଧ୍ୟରେ ଯୁକ୍ତ ୩ ଛାତ୍ର ଗୌରାଙ୍ଗ ମାଳି ଉପ ସଭାପତି, ଯୁକ୍ତ ୨ ଛାତ୍ର ରଜନୀ କାନ୍ତ ପାଣ୍ଡେ ସାଧାରଣ ସମ୍ପାଦକ,ଯୁକ୍ତ ୧ ଛାତ୍ର ସଞ୍ଜୁ ସାନ୍ତା ସହ ସମ୍ପାଦକ, ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଶ୍ରଦ୍ଧାଞ୍ଜଳି ପ୍ରଧାନୀ ଡ୍ରାମାଟିକ୍ ସେକ୍ରେଟାରୀ, ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀ ରିୟା ବେହେରା ଆସିଷ୍ଟାଣ୍ଟ ଡ୍ରାମା ସେକ୍ରେଟାରୀ, ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ସ୍ପୋର୍ଟସ ଆଣ୍ଡ ଏଥେଲେଟିକ୍ସ ଏସୋସିଏସନ୍ ସେକ୍ରେଟାରୀ ପୀତବାସ ଖିଲ, ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ରମେଶ ବେହେରାସ୍ପୋର୍ଟସ ଆଣ୍ଡ ଏଥେଲେଟିକ୍ସ ଏସୋସିଏସନ୍ ଆସିଷ୍ଟାଣ୍ଟ ସେକ୍ରେଟାରୀ, ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ରାମେଶ୍ୱରୀ ଦାସ କଲ୍ଚରାଲ ଏସୋସିଏସନ୍ ସେକ୍ରେଟାରୀ, ଯୁକ୍ତ ୨ ପ୍ରଥମ ବର୍ଷ ଛାତ୍ର ଜଗତ ସିଂ ଗଣ୍ଡ ଆସିଷ୍ଟାଣ୍ଟ ସେକ୍ରେଟାରୀ , ଯୁକ୍ତ ୩ ଶେଷ ବର୍ଷ ଛାତ୍ରୀ ଅନିତା ଗଣ୍ଡ ଡେ ସ୍କୋଲାର ଏସୋସିଏସନ୍ ସେକ୍ରେଟାରୀ , ଯୁକ୍ତ ୨ ଦ୍ୱିତୀୟ ବର୍ଷ ଛାତ୍ରୀ ବନ୍ଦିତା ହରିଜନ ଆସିଷ୍ଟାଣ୍ଟ ସେକ୍ରେଟାରୀ ଭାବେ ନିର୍ବାଚିତ ହୋଇଛନ୍ତି। ନବ ନିର୍ବାଚିତ ଛାତ୍ର ସମୂହକୁ ଆଜି ସନ୍ଧ୍ୟାରେ ଝରିଗାଁ ବନ ବିଭାଗ ଆଇ ବି ଠାରେ ଝରିଗାଁ ବିଧାୟକ ନରସିଂହ ଭତରା ଏ ବି ବି ପି ସମର୍ଥିତ ଛାତ୍ର ସଭାପତି ମନରଞ୍ଜନ ଦୁର୍ଗା ସମେତ ଅନ୍ୟ ବିଜୟୀ ପ୍ରାର୍ଥୀ ସମସ୍ତ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏହି ଅବସରରେ ସାଂସଦ ପ୍ରତିନିଧି ଚନ୍ଦ୍ରଭାନୁ ନାୟକ, ଯୁବ ସମାଜସେବୀ ଅଭିଷେକ ନନ୍ଦ, ସନ୍ତୋଷ ରାଓ, ପବନ ରାଓ ଗୁରୁ ପାଣ୍ଡେ, ବିଶ୍ୱଜିତ୍ ନାୟକ ସମେତ ଭାରତୀୟ ଜନତା ପାର୍ଟିର ବହୁ ଯୁବ ସଦସ୍ୟ ଉପସ୍ଥିତ ଥିଲେ। ଛାତ୍ର ଶକ୍ତି ବିକଶିତ ରାଷ୍ଟ୍ର ଗଠନରେ ପ୍ରମୁଖ ଭୂମିକା ରହିଥିବା ବେଳେ ଛାତ୍ର ସଂଘଟନର ରାଷ୍ଟ୍ର ପ୍ରତି ଏକ ନୈତିକ କର୍ତ୍ତବ୍ୟ ସମ୍ପାଦନ କରିବା ନିତ୍ୟାନ୍ତ ପ୍ରୟୋଜନ ବୋଲି ବିଧାୟକ ଭତରା କହିଛନ୍ତି। ନବ ନିର୍ବାଚିତ ଡିଗ୍ରୀ କଲେଜ ସଭାପତି ମନ ରଞ୍ଜନ ଦୁର୍ଗା ଙ୍କ ପିତା ହରିହର ଦୁର୍ଗା ଜଣେ ଶିକ୍ଷକ ଭାବେ ଝରିଗାଁ ବ୍ଲକରେ କାର୍ଯ୍ୟରତ ଅଛନ୍ତି। ପୁତ୍ରର ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଥିବାରୁ ଖୁସି ପ୍ରକଟ କରିବା ସହ ଛାତ୍ରଙ୍କ ଭବିଷ୍ୟତ ଉଜ୍ଜ୍ୱଳ କାମନା କରିବା ସହ ଶୁବେତ୍ସା ଜ୍ଞାପନ କରିଛନ୍ତି।