ରାୟଗଡା ମହିଳା ମହାବିଦ୍ୟାଳୟର ସଭାପତି ହେଲେ ସୁଚିସ୍ମିତା
ରାୟଗଡା, ୧୬/୧୦ ( ଭି. ଗୌରି ଶଙ୍କର ରାଓ ) : ରାୟଗଡା ମହିଳା ମହାବିଦ୍ୟାଳୟରେ ଶାନ୍ତିଶୃଙ୍ଖଳରେ ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ସଭାନେତ୍ରୀ ଭାବେ ଯୁକ୍ତତିନି ତୃତୀୟ ବର୍ଷର ଛାତ୍ରୀ ସୁଚିସ୍ମିତା ମିଶ୍ର ବିଜୟୀ ହୋଇଥିବା ବେଳେ ଉପସଭାନେତ୍ରୀ ଭାବେ ଯୁକ୍ତତିନି ଦ୍ୱିତୀୟ ବର୍ଷର ଛାତ୍ରୀ କୁମୁଦିନୀ ନାୟକ, ସାଧାରଣ ସମ୍ପାଦିକା ଭାବେ ମାଲେଶ୍ୱରୀ ସୁନା, କଲଚୁରାଲ ସେକ୍ରେଟେରୀ ଯଶମିନ ବିଷୋୟୀ, ଯୁଗ୍ମ ଆଥଲେଟିକ୍ ସମ୍ପାଦିକା ଭାବେ ଭୁମିକା କୁଟ୍ରୁକା, ଡ୍ରାମାଟିକ୍ ସେକ୍ରେଟେରୀ ଭାବେ ବୈଷ୍ଣବୀ ମାଝୀ, ଯୁଗ୍ମ ଡ୍ରାମାଟିକ୍ ସେକ୍ରେଟେରୀ ଭାବେ ଲିପ୍ପାମୟୀ ସିଂ, ଲେଟରାଲି ଆସୋସିଏଶନ୍ ସେକ୍ରେଟାରୀ ଭାବେ କେ.ପ୍ରତ୍ୟୁଷା, ଯୁଗ୍ମ ଲେଟରାଲି ଆସୋସିଏଶନ୍ ସେକ୍ରେଟାରୀ ଭାବେ ଜାନକୀ ନାଏକ ଓ ଛାତ୍ରୀ କମନ୍ ରୁମ୍ ସମ୍ପାଦିକ ଭାବେ ଅଞ୍ଜଳି ପୁଲାକା ନିର୍ବାଚିତ ହୋଇଥିବା କଲେଜ ଅଧ୍ୟକ୍ଷା ତଥା ନିର୍ବାଚନ ଅଧିକାରୀ ଅର୍ଚ୍ଚନା ପଟ୍ଟନାୟକ କହିଛନ୍ତି । ସେହିପରି ଅମଳାଭଟ୍ଟାସ୍ଥିତ ଡିଗ୍ରୀ ମହାବିଦ୍ୟାଳୟରେ ସଭାପତି ଭାବେ ଧର୍ମେନ୍ଦ୍ର ନାୟକ, ଉପସଭାପତି ସୁମନ କୁମାର ସାହୁ, ସମ୍ପାଦକ ଅଜିତ୍ ବିଡିକା, ସାଧାରଣ ସମ୍ପାଦକ ଚିନ୍ତାଡା ଖୁସି, ସହ ସମ୍ପାଦକ ଭାବେ ଅନୁମିତା ସୁତାର ନିର୍ବାଚିତ ହୋଇଛନ୍ତି ।