ନୂଆପଡ଼ା ଜିଲ୍ଲା ଏକମାତ୍ର ମହିଳା ଡିଗ୍ରୀ କଲେଜ ପରିସର ମଧ୍ୟରେ ଛାତ୍ର ସଂସଦ ନିର୍ବାଚନ ମନୋନୟନ ପ୍ରକ୍ରିୟା ରେ ଅନୁଷ୍ଠିତ
ନୂଆପଡ଼ା, ୧୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସ୍ଥିତ ଜିଲ୍ଲାର ଏକମାତ୍ର ମହିଳା ଡିଗ୍ରୀ କଲେଜ ପରିସର ରେ ଛାତ୍ର ସଂସଦ ନିର୍ବାଚନ ହୋଇଅଛି। ଛାତ୍ର ସଂସଦ ପାଇଁ ମନୋନୀତ କରିଥିଲେ। ମନୋନୀତ ସଭାପତି ରୂପେ ପ୍ରତିମା ନାଗ ନିର୍ବାଚିତ ହୋଇଥିବା ବେଳେ ଉପସଭାପତି ରୂପେ ପୂଜା ଶବର ମନୋନୀତ ହୋଇଛନ୍ତି। ସେହିପରି ସାଧାରଣ ସମ୍ପାଦକ ରୂପେ ଲୋପା ପୂଝାରୀ ମନୋନୀତ ହୋଇଥିବା ବେଳେ ସହକାରୀ ସମ୍ପାଦକ ରୂପେ ମନୀଷା କୈବର୍ତ୍ତ, ସାଂସ୍କୃତିକ ସମ୍ପାଦକ ତିଳୋତ୍ତମା ପୋଡ, ଏବଂ କ୍ରୀଡ଼ା ସମ୍ପାଦକ ଛୟାକାନ୍ତି ଖାଡ଼ିଆ ମନୋନୀତ ହୋଇଛନ୍ତି। ଆଜି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଛାତ୍ର ଜୀବନରେ ନେତୃତ୍ୱ ନେବା ସୁଯୋଗ ପାଇଁ ବେଶ୍ ଆନନ୍ଦିତ ଥିଲେ। ଶପଥ ଗ୍ରହଣ ଉତ୍ସବ ରେ ପରିଚାଳନା ସଭାପତି ବିନୋଦ ବିହାରୀ ପାଢ଼ୀ, ବରିଷ୍ଠ ସାମ୍ବାଦିକ ତପନ ଦାଶ, କଲେଜ ଆଧ୍ୟକ୍ଷା ଲିଜା ଆଚାର୍ଯ୍ୟ, ଅଧ୍ୟାପିକା ମାନେ ଯୋଗ ଦେଇଥିଲେ। ନିର୍ବାଚନ ଦାୟିତ୍ୱ ରେ ପ୍ରିୟଙ୍କା ମୁଣ୍ଡ, ଦୁର୍ଯୋଧନ ଭୋଇ, ତାଙ୍କ ଦାୟିତ୍ୱ ନିଷ୍ଠା ସହ ପାଳନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନମହେଶ୍ୱତା ପଣ୍ଡା, ପଙ୍କଜିନୀ ବିଶି, ସସ୍ମିତା ବିଶି, ପୁଷ୍ପାଞ୍ଜଳୀ ପ୍ରଧାନୀ, ଶନଶ୍ୟାମ ସଗରିଆ, ଦେଓ କୁମାର ସତନାମି, ବନୀତା ନନ୍ଦ, ଲକ୍ଷ୍ମୀ ନାରାୟଣ ପଣ୍ଡା, ରେବତୀ ନାଏକ, ସଞ୍ଜୟ୍ ଦର୍ଜୀ, ବିକ୍ରମ ସେଠୀ, ପଲ୍ଲବୀ ମହାନନ୍ଦ, ଜ୍ୟୋସ୍ନା ପଟେଲ ପ୍ରମୁଖ ଯୋଗ ଦେଇଥିଲେ।