ଅଲିଭା ମହାସଂଘ ଲଇକେରା ବ୍ଲକ ପକ୍ଷରୁ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କୁ ସାକ୍ଷ୍ୟାତ କରି ଦାବୀପତ୍ର ପ୍ରଦାନ.
ଲଇକେରା, ୧୬/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ଅଲିଭା ମହାସଂଘର ସଭାନେତ୍ରୀ ପଦ୍ମା ଖଡିଆଙ୍କ ନେତୃତ୍ୱ ରେ ମହାସଂଘର 10 ଜଣ ସଦସ୍ୟା ମାନେ ଜିଲ୍ଲା ସ୍ତରୀୟ ପ୍ରଶାସନିକ ଅଧିକାରୀ ମାନଙ୍କୁ ସାକ୍ଷ୍ୟାତ କରି ଲଇକେରା ବ୍ଲକ ର ବିଭିନ୍ନ ସମସ୍ୟା ଗୁଡିକର ସମାଧାନ କରିବାପାଇଁ ଆଲୋଚନା କରାଗଲା. ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁବୋଧ ଚନ୍ଦ୍ର ଆଚାର୍ଯ୍ୟ ଙ୍କୁ 8 ଗୋଟି ସମସ୍ୟା ର ସମାଧାନ ପାଇଁ ଦାବୀପତ୍ର ପ୍ରଦାନ କରାଗଲା ଏହା ସହିତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ , ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଅବକାରୀ ବିଭାଗ ଅଧିକାରୀ ଙ୍କୁ ମଧ୍ୟ ଦାବୀ ପତ୍ର ପ୍ରଦାନ କରାଗଲା.