Hot Posts

6/recent/ticker-posts

ଲଇକେରାରେ ନୂତନ ସିଭିଲ ଜଜ୍ କୋର୍ଟ ଉଦଘାଟନ ପାଇଁ ପ୍ରସ୍ତୁତି ଓ ଜିଲ୍ଲା ଦୈାରାଜଜ୍ ଙ୍କ ନୂତନ କୋର୍ଟ ପରିଦର୍ଶନ

ଲଇକେରା, ୧୭/୧୦ ( ନବଦୂତ ) : ଝାରସୁଗୁଡା ଜିଲ୍ଲାର ଲଇକେରା ଅଞ୍ଚଳବାସୀଙ୍କ ପାଇଁ ଏକ ଖୁସି ଖବର ଲଇକେରାରେ ସିଭିଲ ଜଜ୍ (ଜୁନିୟର ଡିଭିଜନ୍)‌ -ତଥା- ଜେଏମଏଫସି କୋର୍ଟ ଯାଉଥିବା ବେଳେ ଏହି ଅବସର ରେ ଆସନ୍ତା ୨୯ /ଅକ୍ଟୋବର/ ୨୦୨୬ ମସିହା ଗୁରୁବାର ଦିନ କୋର୍ଟ ଖୋଲିବା ନେଇ ଜିଲ୍ଲା ଦୈାରାଜଜ୍ ପ୍ରଶାନ୍ତ କୁମାର ନାୟକ ସୂଚନା ଦେଇଛନ୍ତି ।ଏହି ନୂତନ କୋର୍ଟ ପ୍ରତିଷ୍ଠା ହେବା ଫଳରେ ଲଇକେରା ଓ ଆଖପାଖ ଅଞ୍ଚଳର ଜନସାଧାରଣ ଙ୍କୁ ନ୍ୟାୟିକ ସେବା ପାଇବାରେ ସୁବିଧା ମିଳିବ ବୋଲି ଆଶା କରାଯାଉଛି ।ଏଥିସହ ଛୋଟଛୋଟ ମାମଳାର ଶୁଣାଣୀ ଓ ଅନ୍ୟାନ୍ୟ ଆଇନଗତ କାର୍ଯ୍ୟ ପାଇଁ ଦୂର ସ୍ଥାନକୁ ଯିବାର ଅସୁବିଧା ମଧ୍ୟ ହ୍ରାସ ପାଇବାର ସମ୍ଭାବନା ରହିଛି । କୋର୍ଟ ଖୋଳିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ପ୍ରକାଶ ପାଇଛି ।ଏହାଦ୍ୱାରା ଲଇକେରା ଅଞ୍ଚଳର ନ୍ୟାୟିକ ଭିତ୍ତିଭୂମି ଅଧିକ ସୁଦୃଢ ହେବା ସହ ସାଧାରଣ ଲୋକଙ୍କୁ ନିଜ ଅଞ୍ଚଳରେ ନ୍ୟାୟ ପାଇବାର ସୁଯୋଗ ମିଳିବ । ଏହି ଅବସର ରେ ଆଇନଜୀବୀମାନଙ୍କ ସମେତ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଓ ଭଦ୍ରବ୍ୟକ୍ତି ମାନେ ଉପସ୍ଥିତ ରହିଥିଲେ । ଲଇକେରାରେ ନୂତନ କୋର୍ଟ ଖୋଳିବାକୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଉତ୍ସାହ ଓ ଆନନ୍ଦ ପ୍ରକାଶ ପାଇଥିବାବେଳେ ଏହି ଅବସରରେ ଜିଲ୍ଲା ଦୈାରାଜଜ୍ ଶ୍ରୀ ପ୍ରଶାନ୍ତ କୁମାର ନାୟକ ନୂତନ କୋର୍ଟ ପରିଦର୍ଶନ କରି ସମୀକ୍ଷା କରିଥିଲେ ।