ସାହୁ ସମାଜ ପଗାର ବଂଶର ଭାଇଚାରା ମହାମିଳନ ପାଇଁ ପ୍ରସ୍ତୁତି ଜୋରଦାର
କର୍ଲାମୁଣ୍ଡା, ୧/୭୧୦ (ସୁଶାନ୍ତ ରଣା) : କଳାହାଣ୍ଡି ଓ ବଲାଙ୍ଗୀର ଶାଖା ପକ୍ଷରୁ ପଗାର ବଂଶ ର ନୂଆଖାଇ ଭେଟ ଘାଟ ଓ ପବିତ୍ର ମହା ମିଳନ ଉତ୍ସବ ପାଇଁ ପଗାର ବଂଶ ତରଫରୁ ପ୍ରସ୍ତୁତି କରାଯାଉଛି। ଆସନ୍ତା ନଭେମ୍ବର ୦୧/୧୧/୨୦୨୬ ତାରିଖ ରବିବାର ଦିନ କଳାହାଣ୍ଡି ଜିଲ୍ଲା ମ. ରାମପୁର ବ୍ଲକ ଅଧିନସ୍ଥ ଟୁର୍ଚି ଗ୍ରାମ ଠାରେ ପ୍ରଥମ ବାର୍ଷିକ ଏହି ପବିତ୍ର ମହା ମିଳନ ଉତ୍ସବ ଅନୁଷ୍ଠିତ ହେବ। ବଂଶୀୟ ରାହୁଲ, ଚଣ୍ଡୀ, ପାଟଖଣ୍ଡା, ଇଷ୍ଟ ଦେବାଦେବୀ ମାନଙ୍କୁ ପୂଜାର୍ଚ୍ଚନା କରାଯାଇ ମସାଲା ଯାତ୍ରା, ସ୍ୱାଗତ ସମ୍ବର୍ଦ୍ଧନା, ସଭାରମ୍ଭ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଭୋଜନ ବିରତି କରାଯିବ ପରେ ବିଦାୟ ସମାରୋହ କରାଯିବ। ଭାଇ ଚାରା କୁ ଆଗେଇ ନେବା ପାଇଁ ସପରିବାରଙ୍କୁ ନିମନ୍ତ୍ରଣ ପତ୍ର ପଠାଯାଉଛି। ଏହି ପବିତ୍ର ଭାଇଚାରାକୁ ବଞ୍ଚାଇ ରଖିବା ଏବଂ ସମସ୍ତ ଙ୍କ ସହିତ ପରିଚୟ ସୃଷ୍ଟି କରି ଆଗାମୀ ଦିନରେ ଏହି ଭଳି ଭାଇଚାରା ଯୁଗ ଯୁଗ ଧରି ଏକତ୍ରିତ ହୋଇ ବଞ୍ଚାଇ ରଖିବା ପାଇଁ ସମସ୍ତଙ୍କୁ ଏହି ମହାମିଳନରେ ଯୋଗଦାନ ଦେବା ପାଇଁ ଗାଁ ଗାଁ କୁ ନିମନ୍ତ୍ରଣ କାର୍ଡ ଦେଇ ସମସ୍ତ ଙ୍କୁ ଅନୁରୋଧ କରାଯାଉଛି। ସମ୍ପର୍କ କୁ ଆହୁରି ସୃଢୁଢ କରିବା ପାଇଁ ଏହି ଭେଟ ଘାଟ ମହା ମିଳନ ପଗାର ବଂଶ ପକ୍ଷରୁ ଆୟୋଜିତ କରାଯଉଛି।