Hot Posts

6/recent/ticker-posts

ଛତା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ସ୍କୁଲ ଅବସ୍ଥା ଧ୍ୱଂସାଭିମୁଖି, ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ର ଛାତ୍ରୀ, ବାଳ ବଟିକା କୁ ମିଶାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୫ ଜଣ ଛାତ୍ର ଛାତ୍ରୀ

ନୂଆପଡ଼ା, ୦୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଭୁଲିଆ ଶିକୁଆଁ ଗ୍ରାମପଞ୍ଚାୟତ ଛତା ଗ୍ରାମ ସ୍ଥିତ ଉଚ୍ଚ ପ୍ରାଥମିକ ସ୍କୁଲ ଅବସ୍ଥା ଧ୍ୱଂସାଭିମୁଖି ହୋଇଅଛି। , ବିପଦ ସଙ୍କୁଳ ଅବସ୍ଥାରେ ଛାତ୍ର ଛାତ୍ରୀ ଶିକ୍ଷାଦାନ ବ୍ୟବସ୍ଥା କରୁଛନ୍ତି। ଏହି ବିଦ୍ୟାଳୟ ରେ ୪ ଗୋଟି କୋଠରୀ ଥିବା ବେଳେ ଗୋଟିଏ ଶ୍ରେଣୀ କୋଠରୀ ରେ ଦୁଇ ଗୋଟି ଶ୍ରେଣୀ ଚତ୍ର ଛାତ୍ରୀ ବସି ଅଧ୍ୟୟନ କରୁଛନ୍ତି। ବାଳ ବଟିକା କୁ ମିଶାଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୧୭୫ ଜଣ ଛାତ୍ର ଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ଜଣେ ବାଳ ବାଟିକା ସହାୟକ ଙ୍କୁ ମିଶାଇ ୫ ଜନ ଶିକ୍ଷକ ଶିକ୍ଷୟତ୍ରୀ ଅଛନ୍ତି। ଅନେକ ଶ୍ରେଣୀ ଶିକ୍ଷାଦାନ ବ୍ୟବସ୍ଥା ବାରଣ୍ଡା ରେ ଚାଲିଥିବା ବେଳେ ସ୍ଲାପ ରୁ କଂକ୍ରିଟ ପଡୁଅଛି। ଅନେକ କୋଠରୀ ର କଂକ୍ରିଟ ପଡ଼ି ରଡ଼ ଦେଖାଯାଉଥିବା ବେଳେ ସ୍କୁଲ ନାମରେ ଜମି ମଧ୍ୟ ନାହିଁ। ସରକାରୀ ଜମି ୧୫ ଡିସିମିଲ ରହିଥିବା ବେଳେ ବର୍ତ୍ତମାନ ସ୍କୁଲ ବିଲାଡ଼ିଂ ମଧ୍ୟ ୬ ଡିସିମିଲ ରେ ରହିଅଛି। ଅନେକ ବାର ଲିଖିତ ଜଣାଇବା ସତ୍ତ୍ୱେ କୌଣସି ପଦକ୍ଷେପ ନାହିଁ। ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ପ୍ରତି ଖେଳୁଥିବା କାହାର ଅଧିକାର ନାହିଁ। ଯେଉଁ ଅଞ୍ଚଳରେ ସରକାରୀ ସ୍କୁଲ ଏକମାତ୍ର ଶିକ୍ଷା ଶିକ୍ଷା ବ୍ୟବସ୍ଥା ସେହି ଅଞ୍ଚଳ ରେ ସରକାରୀ ସ୍କୁଲ ର ଭିତ୍ତିଭୂମି କୁ ସୁଦୃଢ଼ କରିବା ନିତାନ୍ତ ଆବଶ୍ୟକ ଅଟେ। ସରକାରୀ ଅର୍ଥ ଅଭାବ ନ ଥିବା ବେଳେ କାହିଁ କି ଏଭଳି ସ୍କୁଲ ରେ ପିଲା ପାଠ ପଢ଼ିବେ। ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ପ୍ରଦାନ ରେ ପ୍ରଶାସନ ଓ ସରକାର ବିଫଳ କି ବୋଲି ବୁଦ୍ଧିଜୀବୀ ମହଲ ରେ ଆଲୋଚ୍ୟ ବିଷୟ ପାଲଟିଛି। ଅନ୍ୟତ୍ର ସ୍କୁଲ ସ୍ଥାନାନ୍ତରିତ କରି ପଡ଼ିଆ ଏବଂ ସମସ୍ତ ସୁବିଧା ଥିବା ସ୍କୁଲ ନିର୍ମାଣ କରିବାକୁ ଅନୁରୋଧ। ପୁରଣା ଗୃହ ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିବା ଅବସ୍ଥାରେ