ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁ ଧାନ ମଣ୍ଡିରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ, ସାଂସ୍କୃତିକ ସଭା
ନୂଆପଡ଼ା, ୦୬/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା କୁରୁମପୁରୀ ଗାଁ ଧାନ ମଣ୍ଡିରେ ନୂଆପଡ଼ା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେପିର ନୂଆଁଖାଇ ଭେଟ ଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି ସଭାରେ ବିଜେପି ନେତୃମଣ୍ଡଳୀ ସାମିଲ ହୋଇଥିବା ବେଳେ ସ୍କୁଲ ଛାତ୍ର ଛାତ୍ରୀ ମାନେ ସାଂସ୍କୃତିକ ସଭା ରେ ଯୋଗ ଦେଇ ସାଂସ୍କୃତିକ ଦଳ ଗତ ନୃତ୍ୟ ପରିବେଷଣ କରିଥିଲେ। ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ପ୍ରସନ୍ନ ପାଢ଼ୀ, ଯଦୁମଣି ପାଣିଗ୍ରାହୀ, ଜିଲ୍ଲା ଉନ୍ନୟନ ପରିଷଦ ଅଧକ୍ଷ ହୋମ ସିଂ ମାଝୀ, ମନିଜର ଆର୍ଯ୍ୟ, ଅତିନ୍ଦ୍ର ସିଂ ମଲ୍ଲିକ, ଚତୁର୍ଭୁଜ ଶର୍ମା ପ୍ରମୁଖ ଯୋଗ ଦେଇଥିବା ବେଳେ ବହୁ କର୍ମୀ ସାମିଲ ହୋଇଥିଲେ।