Hot Posts

6/recent/ticker-posts

ଟେମରାରେ ୪୧ତମ ବିଳ୍ୟବରଣ ଦୁର୍ଗା ପୂଜା ଆରମ୍ଭ ଧୁମଧାମରେ ଅନୁଷ୍ଠିତ ହେଲା କଳସ ଯାତ୍ରା।

କୋକସରା, ୧୬/୧୦ ( ଇଶ୍ଵର ଲଦୁଆ ) : ଶାରଦୀୟ ଦୁର୍ଗାପୂଜା କୁ ନେଇ ସବୁଆଡେ ଉତ୍ସବମୁଖର ପରିବେଶ। ମାଁ ଦୁର୍ଗତିନାଶିନୀ ଆଗମନରେ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହରରେ। ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ପୂଜାର୍ଚ୍ଚନା ପାଇଁ ପ୍ରସ୍ତୁତି। ଏହି ଅବସରରେ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଠାରେ ମାଁ ଦୂର୍ଗାଙ୍କ ୪୧ ତମ ଷଷ୍ଠୀରାତ୍ରୀ ଦୁର୍ଗା ପୂଜା ନିମନ୍ତେ ଶୁକ୍ରବାର ଅପରାହ୍ନ ୪ ଟା ସମୟରେ ପାରମ୍ପରିକ ରୀତିନୀତି ଅନୁଯାୟୀ ଅଧିବାସ ଓ କଳସ ଯାତ୍ରା ସହ ପୂଜାର ଶୁଭ ଆରମ୍ଭ ହୋଇଛି। ଏହି ଅବସରରେ ଟେମରା ଚିଙ୍ଗୁଡ଼ି ବୋନ୍ଦ ରୁ ଜଳପୂର୍ଣ୍ଣ କଳସ ଧାରଣା କରି କୁମାରୀ ଝିଅମାନେ ଗ୍ରାମ ପରିକ୍ରମା କରିବା ପରେ ପୂଜାମଣ୍ଡପରେ କଳସ ସ୍ଥାପନ କରିଥିଲେ। କଳସ ଯାତ୍ରାରେ ଘଣ୍ଟଦଳ, ବାଜା ଓ ସଂକୀର୍ତ୍ତନ ଦଳ ସାମିଲ ହୋଇଥିବାବେଳେ ଭକ୍ତିମୟ ପରିବେଶରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଉଠିଥିଲା। ପୂଜାର୍ଚ୍ଚନା ଦାୟିତ୍ବ ଟେମରା ଶିବ ମନ୍ଦିର ପୂଜକ ଦିଲିପ ପଟ୍ଟଶେଷି ତୁଲାଇଥିଲେ। ସେହିପରି ପୂଜା କର୍ତ୍ତା ଭାବେ ଇଶ୍ଵର ଚନ୍ଦ୍ର ସାହୁଓ ତାଙ୍କ ଧର୍ମପତ୍ନୀ ହରିପ୍ରିୟା ସାହୁ ଦାୟିତ୍ୱ ନିର୍ବାହ କରିଛନ୍ତି। ପୂଜା କମିଟି ସଭାପତି ରାଜେନ୍ଦ୍ର ନାଏକ (ଭାଲୁ) ଉପସଭାପତି ପ୍ରଶନ୍ନ ଦଳପତି ସମ୍ପାଦକ ଦୁଃଷ୍କନ୍ତ କୁମାର ପାତ୍ର ସହ ସମ୍ପାଦକ ତେଜରାଜ ମାଝୀ କୋଷାଧକ୍ୟ ଗୋଳାପ ଦଳପତି ସରପଞ୍ଚ କ୍ଷିତିରାମ ପାତ୍ର ,ସମେତ ଉପଦେଷ୍ଟା କମିଟି ସଦସ୍ୟ ସୁଧିର ପାତ୍ର, ହେମନ୍ତ ବାଣୁଆ, ଟୋପେଶ୍ଵର ମାଝୀ, ସୁବାଷ ପାତ୍ର, ଆଶିଷ ରଞନ ମାଝୀ, ଅମ୍ଭେଶ୍ଵର ପଟେଲ, ଅଖିଲ ପଟେଲ, ମତିଲାଳ ନାଏକ,ଗୁପତ ରଣା, ସମେତ କମିଟିର ସମସ୍ତ ସଦସ୍ୟ ଓ ଗ୍ରାମବାସୀ କଳସ ଯାତ୍ରାରେ ଯୋଗଦେଇ ପୂଜାର ଆୟୋଜନରେ ସହଯୋଗ କରିଥିଲେ। କମିଟି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ତପଃଷଷ୍ଠୀ ମୃଣୃୟୀ ଦେବୀଙ୍କ ବିଳ୍ୟବରଣ ଦିନ ଧରି ମାଙ୍କ ପୂଜାର୍ଚ୍ଚନା ସନ୍ଧିଆ ରେ ଆଳତି, ଭଜନ ଓ ମନୋରଞନ ଧର୍ମୀ ସାଂସ୍କୃତି କାର୍ଯ୍ୟକ୍ରମ ଆୟୋଜନ କରିଯିବ ଏହାକୁ ଟେମରା ଅଞ୍ଚଳ ଭକ୍ତି ଓ ଉସାହର ମାହୋଲ ସୃଷ୍ଟି ହୋଇଛି