କିର୍ମିରାରେ ଗଜଲକ୍ଷ୍ମୀ ପୂଜା ଓ ଯାତ୍ରା ଆରମ୍ଭ
ଲଇକେରା, ୨୬/୧୦ (ଅନିଲ କୁମାର ସରାଫ) : ଝାରସୁଗୁଡା ଜିଲ୍ଲା କିର୍ମିରା ର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଆରମ୍ଭ ହୋଇଛି । ଗଜଲକ୍ଷ୍ମୀ ପୂଜା କମିଟି ସୂଚନା ଅନୁସାରେ ଏହି ପଞ୍ଚ ଦିବସୀୟ ଯାତ୍ରାରେ ମୂଖ୍ୟ ଆକର୍ଷଣ ମୀନାବଜାର,୩୧ ତାରିଖ ରୁ ୪ ତାରିଖ ପର୍ଯ୍ୟନ୍ତ କଂସ ଦରବାର,୩୧ ତାରିଖ ରୁ ୧ ତାରିଖ ଦ୍ୱି ଦିବସୀୟ ଫୁଟବଲ ପ୍ରତିଯୋଗିତା, ୩ ତାରିଖ ସନ୍ଧ୍ୟା ୬ଟାରୁ ଅର୍ଚ୍ଚନା ପାଢୀ ଅର୍କେଷ୍ଟ୍ରା ସହ ୪ ତାରିଖ ସକାଳ ୧୦ଟାରେ ଆଶିଷ୍ ଅର୍କେଷ୍ଟ୍ରା ଏବଂ ସନ୍ଧ୍ୟାରେ ମାଁ ଗଜଲକ୍ଷ୍ମୀଙ୍କ ର ବିସର୍ଜନ ହେବାପାଇଁ ସ୍ଥିର ହୋଇଛି ବୋଲି ଆୟୋଜିତ ପୂଜା କମିଟୀ ସଭାପତି ରାମେଶ୍ୱର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅନୁଷ୍ଠିତ ପୂଜାରେ ହିତେଶ ସାହୁ ଓ ତାଙ୍କ ଧର୍ମପତ୍ନୀ ଅଞ୍ଜଳୀ ସାହୁ କର୍ତ୍ତା କାର୍ଯ୍ୟ ତୁଳାଉଥିବାବେଳେ ପୂଜକ ଚିଣ୍ଟୁ ପାଣିଗ୍ରାହୀ, ପୁରୁଷୋତ୍ତମ ମହାପାତ୍ର ପୂଜାକାର୍ଯ୍ୟ ସମ୍ପାଦନ କରୁଛନ୍ତି । ପୂଜା କମିଟୀ ସମ୍ପାଦକ ମହେଶ୍ୱର ପାଣିଗ୍ରାହୀ, ସଭ୍ୟ ସଚିନ ପଶାୟତ, ପପୁନ ନାଏକ, ପୃଥିରାଜ ପଶାୟତ, ମଣ୍ଟୁ ପରୁଆ, ଗୋପାଳ ବେହେରା, ପିଙ୍କୁ ପ୍ରଧାନ, ବାବଲୁ ଛତ୍ରିଆ ସମେତ ସମସ୍ତ ସଭ୍ୟ ଓ ଗ୍ରାମବାସୀ ସହଯୋଗ କରୁଛନ୍ତି ବୋଲି କମିଟୀ ସୁତ୍ରରୁ ପ୍ରକାଶ ।