ବିପଦସଙ୍କୁଳ ଅବସ୍ଥାରେ ଘର ସାମ୍ନା ରେ ବିଦ୍ୟୁତ ଖୁଣ୍ଟ, ପଦକ୍ଷେପ ପାଇଁ ଦାବି
କୋକସରା, ୧୫/୧୦ ( ଇଶ୍ଵର ଲଦୁଆ ) : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କାଉଡୋଳା ରଣା ପଡ଼ା ଠାରେ ଦୀର୍ଘ ବର୍ଷ ହେବ ବିପଦସଙ୍କୁଳ ଅବସ୍ଥାରେ ଏକ ବିଦ୍ୟୁତ୍ ଖୁଣ୍ଟ ରହିଅଛି। ସ୍ଥାନୀୟ ଲୋକେ ଖୁଣ୍ଟ ସଜାଡ଼ିବା ପାଇଁ ବିଦ୍ୟୁତ୍ ବିଭାଗକୁ ବାରମ୍ବାର ଅଭିଯୋଗ କରି ଆସୁଛନ୍ତି। ହେଲେ ବିଦ୍ୟୁତ୍ ବିଭାଗ ଏଥି ପ୍ରତି କୌଣସି ଗୁରୁତ୍ୱ ଦେଉନଥିବା ଅଭିଯୋଗ ହୋଇଛି। ତେବେ ବିଦ୍ୟୁତ୍ ଖୁଣ୍ଟ ଟି ଏପରି ଅବସ୍ଥାରେ ରହିଛି ଯେ ଏହା ଯେ କୌଣସି ମୁହୂର୍ତ୍ତରେ ଲୋକଙ୍କ ଘର ଉପରେ ପଡ଼ି ଅଘଟଣ ସୃଷ୍ଟି କରିପାରେ। ସେଥି ପାଇଁ ଘର ପାଖ ଲୋକ ସବୁବେଳେ ଚିନ୍ତିତ ଅବସ୍ଥାରେ ରହିଛନ୍ତି। ଅନ୍ୟପଟେ ଗ୍ରାମର ରଣାପଡ଼ା ଠାରେ ତିନି ଦିନ ହେଲା ବିପିଏଲ କରେଣ୍ଟ ଜଳୁ ନାହିଁ। ଫଳରେ ଲୋକେ ଅନ୍ଧାରରେ ଉବୁଟୁବୁ ହେଉଥିବା ଅଭିଯୋଗ କରିଛନ୍ତି। ବିଦ୍ୟୁତ୍ ବିଭାଗ ଏଥି ଗୁରୁତ୍ୱ ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି