ଉଦଘାଟନ ର ଚୂଡାନ୍ତ ପର୍ଯ୍ୟାୟ ରେ ଲଇକେରା ଜେ.ଏମ୍.ଏଫ୍.ସି ଅଦାଲତ, ଏକଦଶନ୍ଧି ପରେ ଅଞ୍ଚଳବାସୀଙ୍କ ସ୍ୱପ୍ନ ସାକାର
ଲଇକେରା, ୨୭/୧୦ ( ନବଦୁତ ) : ଝାରସୁଗୁଡା ଜିଲ୍ଲା ଲଇକେରା ବ୍ଲକ ହେଡକ୍ୱାଟର ରେ ୨୦୧୬ ମସିହାରୁ ହେବାକୁ ଥିବା ଜେ.ଏମ. ଏଫ.ସି ଅଦାଲତ ଦୀର୍ଘ ୧୧ ବର୍ଷ ପରେ ଉଦଘାଟନ ହେବାକୁ ଯାଉଛି । ଏଠାରେ କୋର୍ଟ କାର୍ଯ୍ୟକାରୀ ହେବାପାଇଁ ଏକ ଦଶନ୍ଧି ଧରି ଚାଲିଥିବା ପ୍ରକ୍ରିୟା, ବିଧି, ବ୍ୟବସ୍ଥା ଏବଂ ଅଦାଲତ ତରଫରୁ ବାରମ୍ୱାର ପରିଦର୍ଶନ ପରେ ଅଞ୍ଚଳବାସୀ ଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି ।ଉଦଘାଟନ ତାରିଖ ଘୋଷଣା ହେବାର ୧୦ ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ ଅସ୍ଥାୟୀ କୋର୍ଟ ପରିସର କଲ୍ୟାଣ ମଣ୍ଡପ ଏବଂ ରବିନ୍ଦ୍ର ପାଠାଗାର ରେ କୋର୍ଟ କାର୍ଯ୍ୟକାରୀ ହେବାପାଇଁ ସଂପୂର୍ଣ୍ଣ କରଣ ହୋଇସାରିଛି ।ଲଗାତାର ଝାରସୁଗୁଡା ଦୈାରା ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଚାରପତି ମାନ୍ୟବର ପ୍ରଶାନ୍ତ କୁମାର ନାୟକ, ସି.ଜେ.ଏମ୍ ମାନ୍ୟବର ସ୍ମୃତିରଞ୍ଜନ ମହାପାତ୍ର, ରେଜିଷ୍ଟ୍ରାର ସ୍ୱର୍ଣ୍ଣଲତା ନାୟକ ଏବଂ ଉପ-ପ୍ରଶାସନିକ ରଞ୍ଜିତ କୁମାର ଥାନାପତି, ସହ- ଉପ ପ୍ରଶାସନିକ ସୁବାଷ ଚନ୍ଦ୍ର ପ୍ରଧାନ ବାରମ୍ୱାର ପରିଦର୍ଶନ ତଥା ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଲଇକେରା ଜେ.ଏମ୍.ଏଫ୍.ସି ଅଦାଲତ ଉଦଘାଟନ ର ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚି ସାରିଛି ।ଆଜି ଝାରସୁଗୁଡା ଦୈାରା ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ବିଚାରପତି ମାନ୍ୟବର ଶ୍ରୀ ନାୟକଙ୍କ ଠାରୁ ସ୍ପଷ୍ଟ ହୋଇଛି ।ଆସନ୍ତାକାଲି ୨୯ ତାରିଖ ଦିବା ୯ ଘଟିକାରେ କୋର୍ଟ ର ଶୁଭ ଉଦଘାଟନ ହେବ ।ଏଥିପାଇଁ ଆଜି ମାନ୍ୟବର ଜର୍ଜ, ଓକିଲ ସଂଘ ଝାରସୁଗୁଡା ସଭାପତି ରଘୁମଣି ପଟେଲ, ସହ ସଂପାଦିକା ଅହଲ୍ୟା ପଟେଲ ଏବଂ ଶ୍ରୀ ବିନୟ କୁମାର ଶର୍ମା,ବରିଷ୍ଠ ଆଇନଜୀବି ମୋତିଲାଲ ବେହେରା, ବିମଲ ଚନ୍ଦ୍ର ମିଶ୍ର, ହେମସାଗର ବେହେରା, ରଜତ ନାଏକ, ବିରେନ୍ଦ୍ର ଗନ୍ଧା, ଶକ୍ତିଭୁଷଣ ସେଠୀ ଉପସ୍ଥିତ ରହି ଉଦଘାଟନ ପାଇଁ ସଂପୂର୍ଣ୍ଣ ସହଯୋଗ କରିବା ସହିତ ସବୁ ପ୍ରକାର ସୁବିଧା ଅସୁବିଧା ଉପରେ ଓକିଲ ସଂଘ ସଭାପତି ଶ୍ରୀ ପଟେଲ ଆଲୋଚନା କରିଥିଲେ । କୋର୍ଟ ପରିଚାଳନା ପାଇଁ ସମସ୍ତ କର୍ମଚାରୀ ନିୟୋଜିତ ହୋଇ ସାରିଥିବା ବେଳେ,ବିଚାରପତି ଭାବରେ ମାନ୍ଯବର ପବିତ୍ର ମୋହନ ପଣ୍ଡା ୨୯ ତାରିଖ ରେ କାର୍ଯ୍ୟ ଭାର ଗ୍ରହଣ କରିବେ । ହାଇକୋର୍ଟ ର ମୂଖ୍ଯ ବିଚାରପତି ମାନ୍ୟବର ହରିଶ ଟଣ୍ଡନ୍ ଙ୍କ କରକମଳରେ ଶୁଭ ଉଦଘାଟନ ହେବାକୁ ଥିବାବେଳେ ,ଏଥିରେ ମାନ୍ଯବର ହାଇକୋର୍ଟ ବିଚାରପତି ମୁରାହରି ଶ୍ରୀ ରମନ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।