Hot Posts

6/recent/ticker-posts

ସେବା ଓ ସୃଜନଶୀଳତାର ବାର୍ତ୍ତା ନେଇ ଝରିଗାଁରେ ‘ରଙ୍ଗୋଲି ରାଷ୍ଟ୍ର’

ଝରୀଗାଁ, ୧୫/୧୦ (ନକୁଳ ଭତ୍ରା) : ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଗୁରୁବାର ସେବା ସଂକଳ୍ପ ଅଭିଯାନ ଅବସରରେ ‘ରଙ୍ଗୋଲି ରାଷ୍ଟ୍ର’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ସମବାୟ ବିଭାଗ ଏବଂ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ, ଶିଶୁ ବିକାଶ ପ୍ରକଳ୍ପ, ଓଡ଼ିଶା ଜୀବିକା ମିଶନ, ବି ଭି ଜି ରାମ ଜି ,ଆୟୁଷ୍ମାନ ବୟୋ ବନ୍ଦନା , ବାର୍ଦ୍ଧକ୍ୟ ଭତ୍ତା ,ଭିନ୍ନକ୍ଷମ ଭତ୍ତା,ବିଧବା ଭତ୍ତା ମହିଳା ଆର୍ଥିକ ସଶକ୍ତିକରଣ ,ସୁଦ୍ଧ ମୁକ୍ତ ଋଣ ପ୍ରଦାନ,କୃଷି ବ୍ୟବସାୟ ପଶୁପାଳନ ,ଗମନା ଗମନ ବିଜୁଳି ସେବା ପକ୍ଷରୁ ସରକାରୀ ଯୋଜନା ସମ୍ପର୍କରେ ଲୋକଙ୍କୁ ସଚେତନ କରାଯାଇଥିଲା। ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସରକାରୀ ଯୋଜନା ଓ ବିଭିନ୍ନ ଜନକଲ୍ୟାଣକାରୀ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ସହ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସେବା ପହଞ୍ଚାଇବା। ଏଥିସହ ସମବାୟ ବିଭାଗ ପକ୍ଷରୁ ‘ସମ୍ବନ୍ଧ’ ନାମକ ମେଗା ସଦସ୍ୟତା ଅଭିଯାନ ମାଧ୍ୟମରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରର ବିକାଶ ପାଇଁ ସମବାୟ ସଂସ୍ଥାଗୁଡ଼ିକରେ ନୂତନ ସଦସ୍ୟ ସାମିଲ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ନବରଙ୍ଗପୁର ଡିଭିଜନ ପାଇଁ ୪୦ ହଜାର ନୂତନ ସଦସ୍ୟ ସାମିଲ କରିବାର ଲକ୍ଷ୍ୟ ରଖାଯାଇଥିବା ବ୍ୟାନରରେ ଉଲ୍ଲେଖ ରହିଥିଲା। ସେହିପରି ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ମୁଖ୍ୟମନ୍ତ୍ରୀ ହସ୍ତତନ୍ତ ବିକାଶ ଯୋଜନା, ମୁଖ୍ୟମନ୍ତ୍ରୀ ବୟନଶିଳ୍ପ ବିକାଶ ଯୋଜନା ଏବଂ ମୁଖ୍ୟମନ୍ତ୍ରୀ ହସ୍ତଶିଳ୍ପ ଅଭିବୃଦ୍ଧି ଯୋଜନା ସମ୍ପର୍କରେ ସୂଚନା ଦିଆଯାଇଥିଲା। ପାଞ୍ଚଟି ଏସ ହେଚ ଜି ଙ୍କୁ ୫ ଲକ୍ଷ ଟଙ୍କା ଓ ପାଞ୍ଚଜଣ ମହିଳାଙ୍କୁ ଏକ ଲକ୍ଷ ଟଙ୍କା ଚେକ୍ ପ୍ରଦାନ କରାଯାଇଛି। ଏହି କାର୍ଯ୍ୟକ୍ରମରେ ସାଂସଦ ବଳଭଦ୍ର ମାଝୀ ଝରୀଗାଁ ବିଧାୟକ ନରସିଂହ ଭତ୍ରା, ବିଡିଓ ମଧୁସୂଦନ ମାଝୀ, ସିଡିପିଓ, ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ ମାଝୀ ଏବଂ ସାଂସଦଙ୍କ ପ୍ରତିନିଧି ଚନ୍ଦ୍ରଭାନୁ ନାୟକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ଯୋଗଦେଇଥିଲେ। ଏହି ଅଭିଯାନ ମାଧ୍ୟମରେ ସରକାରୀ ଯୋଜନାର ସୁଫଳ ଅଧିକରୁ ଅଧିକ ଲୋକଙ୍କ ନିକଟରେ ପହଞ୍ଚିବା ସହ ରାଜ୍ୟର ବିକାଶ ଓ ଜନକଲ୍ୟାଣ ଦିଗରେ ସହାୟକ ହେବ ବୋଲି ଆଶା ପ୍ରକାଶ ପାଇଛି।