Hot Posts

6/recent/ticker-posts

ଜଗତ ଜନନୀ ମାଁ ଦୁର୍ଗାଙ୍କ ଶାରଦୀୟ ଦଶହରା ପର୍ବ ଆରମ୍ଭ,

ନୂଆପଡ଼ା, ୧୨/୧୦ ( ପରମେଶ୍ୱର ମେହେର ) : ନୂଆପଡ଼ା ଜିଲ୍ଲା ଜଗତ ଜନନୀ ମାଁ ଦୁର୍ଗାଙ୍କ ଶାରଦୀୟ ଦଶହରା ପର୍ବ ଆରମ୍ଭ, ଖଡ଼ିଆଳ ପଟ୍ଟନାୟକ ପଡା ସାର୍ବଜନୀନ ଦୁର୍ଗା ପୂଜା କମିଟି ପକ୍ଷ ରୁ ନବରାତ୍ର ପୂଜା ଅନୁଷ୍ଠିତ ହୋଇଯାଇଅଛି। ଆଜି ଦ୍ୱିତୀୟ ଦିବସ । ଦ୍ୱିତୀୟ ଦିବସ ରେ ବ୍ରହ୍ମଚାରିଣୀ ବେଶ୍ ପୂଜା ପାଉଛନ୍ତି। ମହାଳୟା ଦିନ ଅଧିବାସ କଳସ ସ୍ଥାପନ, ପ୍ରତିପଦା ଦିନ ପୂଜା ଆରମ୍ଭ ହୋଇ ଶୈଳପୁତ୍ରୀ ବେଶ ତାଙ୍କ ଷୋଡ଼ଶ ଉପଚାରରେ ପୂଜା ଅନୁଷ୍ଠିତ ହୋଇଥାଏ। ନବଦିନ ଧରି ଶ୍ରଦ୍ଧାଳୁ ଭକ୍ତ୍ତଙ୍କ ସମାଗମ ହୋଇଥିବା ବେଳେ ସନ୍ଧ୍ୟା ଓ ସକାଳ ଆଳତୀ ସମୟରେ ବିପୁଳ ଭକ୍ତ ଙ୍କ ସମାଗମ ହୋଇଥାଏ । ଆଜିର ଦିନର ମହତ୍ୱ ଏବଂ ମାଆଙ୍କ ଅବତାର ନେଇ ମୁଖ୍ୟ ପୂଜକ ଆଲୋକପାତ କରିଥାନ୍ତି। ୧୯୫୪ ମସିହାରେ ପୂଜା ଆରମ୍ଭ ହୋଇଥିବା ବେଳେ କ୍ରମାଗତ ଭାବରେ ସାତ୍ତ୍ୱିକ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଅଛି। ସନ୍ଧ୍ୟା ସମୟରେ ଭୋଗ ବଣ୍ଟନ ହୋଇଥାଏ। ମଣ୍ଡପ ଆରମ୍ଭ ରୁ ସପ୍ତମୀ ଅଷ୍ଟମୀ, ନବମୀ ଓ ପବିତ୍ର ବିଜୟା ଦଶମୀ ପୂଜା ହେଉଥିଲା। ପରେ ନବରାତ୍ର ପୂଜା ହୋଇଅଛି। ସ୍ୱର୍ଣ୍ଣ ଏବଂ ରୌପ୍ୟ ଅଳଙ୍କାର ଧାରଣ କରି ସୁସଜ୍ଜିତ ହୋଇପୂଜା ଅନୁଷ୍ଠିତ ହେଉଅଛି।