Hot Posts

6/recent/ticker-posts

ଛାନୁଆ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି କାର୍ଯ୍ୟକ୍ରମ

ବାଲେଶ୍ଵର, ୦୫/୧୦ (ପ୍ରଭାକର ମଲ୍ଲିକ) : ସଦର ବ୍ଲକ ଅନ୍ତର୍ଗତ ଛାନୁଆ କ୍ଲଷ୍ଟର ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ୨୦୨୬ କ୍ଲଷ୍ଟର ଅଧୀନ ଉଦୟ ନାରାୟଣ ସରକାରୀ ଉପ୍ରା ବିଦ୍ୟାଳୟ , ସୋଲପଟା ସ୍କୁଲ ରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ସଦର ବ୍ଲକ ଅଧ୍ୟକ୍ଷା ସୁନୀତା ବେହେରା , ମୁଖ୍ୟ ବକ୍ତା ସଦର ଗୋଷ୍ଠୀ ଶିକ୍ଷା ଅଧିକାରୀ ଜାଜ୍ଞେଶ୍ୱର ଜେନା ଯୋଗ ଦେଇ ପିଲା ମାନଙ୍କର ଅନ୍ତର୍ନିହିତ ପ୍ରତିଭା ର ବିକାସ ଓ ଭଲ ପାଠ ପଢି ଜଣେ ବଡ ମଣିଷ ହେବା ସହିତ କିଛି ଭଲ ସାଠ କୁ ପାଥେୟ କରି ଜଣେ ଭଲ ମଣିଷ ହେବା ପାଇଁ ଅଭିଭାଷଣ ରଖିଥିଲେ।ସମ୍ମାନିତ ଅତିଥି ଭାବେ ଛାନୁଆ ପଞ୍ଚାୟତ ସରପଞ୍ଚ ପ୍ରମିଳା ସେଠୀ , ୟୁନିୟନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ଯତୀନ୍ଦ୍ର ନାଥ ଦାସଅଧିକାରୀ, , ସି ଆର ସିସି କଷାଫଳ କେଶବ ଚନ୍ଦ୍ର ରାଉତ , ସିଆର ସି ସି ପୋଡପଦା କ୍ଲଷ୍ଟର ନିରଞ୍ଜନ ପଣ୍ଡା, ଅବସର ପ୍ରାପ୍ତ ଶିକ୍ଷକ ନିତ୍ୟାନନ୍ଦ ରାଉତ , ଶ୍ରୀରାମ ପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦୀପକ କୁମାର ମହାନ୍ତି , ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରାଜୀବ କୁମାର ଘୋଷ ମହାପାତ୍ର, ପରିଚାଳନା କମିଟି ସଭାପତି ସନ୍ତୋଷ କୁମାର ତରାଇ ଯୋଗ ଦେଇଥିଲେ। ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚିତ୍ରାଙ୍କନ , ଗଣିତ ଶିକ୍ଷା, ନୃତ୍ୟ , ସଙ୍ଗୀତ , ବକ୍ତୃତା ଭଳି ବିଭିନ୍ନ ପ୍ରତିଯୋଗିତା ରେ ଉର୍ତିନ ଛାତ୍ର ଛାତ୍ରୀ ମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ ଦେଇ ଉତ୍ସାହିତ କରିଥିଲେ ସମସ୍ତ ଅତିଥି । ନୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବେ ନୃତ୍ୟ ଶିକ୍ଷକ ଗୁରୁପ୍ରସାଦ ଦାସ ଓ ଶିକ୍ଷକ ରାଜକିଶୋର ଦଳାଇ ଦାୟିତ୍ଵ ତୁଲାଇଥିଲେ। ଉକ୍ତ ସୁରଭି କାର୍ଯ୍ୟକ୍ରମ କୁ ସ୍କୁଲ ପ୍ରଧାନ ଶିକ୍ଷକ ବିଜୟ କୁମାର ବେହେରା ସଭାପତିତ୍ବ କରିଥିଲାବେଳେ ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତରଣୀ ସେନ ବେହେରା , ଗୋବିନ୍ଦ ଚନ୍ଦ୍ର ପ୍ରଧାନ, ଶଙ୍କର ସିଂ , ପ୍ରଶାନ୍ତ ଦାସ , ମନୋରମା ରାଉତ , ତନୁଜା ବେହେରା ଙ୍କ ସହ ପରିଚାଳନା କମିଟି, ଗ୍ରାମବାସୀ ସୂଚାରୁ ରୁପେ ତୁଲାଇ ଥିଲେ,