Hot Posts

6/recent/ticker-posts

ବାତ୍ୟା ଅର୍ଣ୍ଣବ ପ୍ରଭାବରେ ରାସ୍ତାରେ ଭାଙ୍ଗି ପଡ଼ିଲା ଗଜଲକ୍ଷ୍ମୀ ପୂଜା ଗେଟ୍, ଚାପି ହେଲା ଏକାଧିକ ଗାଡ଼ି

କଳାହାଣ୍ଡି, ୨୮/୧୦ ( ବିଷ୍ଣୁ ଚରଣ ସ୍ୱାଇଁ ) : ବାତ୍ୟା ଅର୍ଣ୍ଣବର ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ବୁଧବାର ମଧ୍ୟାହ୍ନରୁ ବର୍ଷା ଓ ପବନ ଲାଗି ରହିଛି। ଏହାର ପ୍ରଭାବରେ ଜୁନାଗଡ଼ ସହରର ବଡ଼ପଡ଼ା ଛକ ଓ ଥାନା ନିକଟରେ ଜାତୀୟ ରାଜପଥ-୨୬ କଡ଼ରେ ନିର୍ମିତ ଗଜଲକ୍ଷ୍ମୀ ପୂଜା ତୋରଣ ହଠାତ୍ ଭାଙ୍ଗି ରାସ୍ତା ଉପରେ ପଡ଼ିଯାଇଛି। ତୋରଣଟି ଭାଙ୍ଗି ପଡ଼ିବା ଫଳରେ ଏକ ଅଟୋରିକ୍ସା, କାର୍‌ ଓ ବୋଲେରୋ ଗାଡ଼ି ଏହା ତଳେ ଚାପି ହୋଇଯାଇଛି। ଫଳରେ ଜାତୀୟ ରାଜପଥର ଏହି ଅଂଶରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।