ରାଜ୍ୟସ୍ତରୀୟ ୧୪ ବର୍ଷରୁ କମ୍ ବାଳକ ଫୁଟବଲ୍ରେ ସେମିଫାଇନାଲ୍କୁ ଉନ୍ନୀତ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ନୂଆପଡ଼ା
ସୁବର୍ଣ୍ଣପୁର, ୧୫/୧୦ ( ଜଗଦିଶ ମେହେର ) : ସୁବର୍ଣ୍ଣପୁରଠାରେ ଚାଲିଥିବା ପ୍ରଥମ ଓଡିଶା ରାଜ୍ୟସ୍ତରୀୟ ୧୪ବର୍ଷରୁ କମ ବାଳକ ବିଦ୍ୟାଳୟ ସମୂହ ଫୁଟବଲ ପ୍ରତିଯୋଗିତାର ପ୍ରଥମ ଦିନର ଖେଳରେ ୨୦ଟି ଶିକ୍ଷାଜିଲ୍ଲାର ଫୁଟବଲ ଦଳ ଗାନ୍ଧୀ ଷ୍ଟାଡିୟମ, ରିଜର୍ଭ ପୋଲିସ ପଡିଆ ଓ ରାମେଶ୍ୱର ଷ୍ଟାଡିୟମ ଖେଳ ପଡିଆରେ ପ୍ରତିପକ୍ଷଙ୍କ ସହ ଖେଳିଛନ୍ତି । ଏହି କ୍ରମରେ ପ୍ରଥମ ଦିନ ରେ ପୁଲ ଏ ରୁ ଭଦ୍ରକ, ନୂଆଁପଡା, ପୁଲ ବି ରୁ ନବରଙ୍ଗପୁର,ସମ୍ବଲପୁର ପୁଲ ସି ରୁ ଝାରସୁଗୁଡା ଓ କେନ୍ଦ୍ରାପଡା ଏବଂ ପୁଲ ଡି ରୁ ଢେଙ୍କାନାଳ, ସୁବର୍ଣ୍ଣପୁର ବିଜୟୀ ହୋଇ ପରବର୍ତ୍ତୀ ମ୍ୟାଚକୁ ଉନ୍ନୀତ ହୋଇଥିଲେ । ଠିକ ସେହିପରି, ପୁଲ ଇ ରୁ ଦେବଗଡ଼, ଜଗତସିଂହପୁର ପୁଲ ଏଫ ରୁ ବଲାଙ୍ଗୀର, ମୟୁରଭଞ୍ଜ ପୁଲ ଜି ରୁ ସୁନ୍ଦରଗଡ଼ ଓ ଖୋର୍ଦ୍ଧା ବିଜୟୀ ହୋଇଥିଲେ। ଦ୍ଵିତୀୟ ଦିନ ନକ୍ ଆଉଟ୍ ପର୍ଯ୍ୟାୟ ମେଚ ମାନ ଗାନ୍ଧୀ ଷ୍ଟାଡିୟମ ଓ ରାମେଶ୍ବର ଷ୍ଟାଡିୟମ ଠାରେ ପୂର୍ବାହ୍ନ ଓ ଅପରାହ୍ନରେ ଅନୁଷ୍ଠିତ ହୋଇଥିଲା। ଗାନ୍ଧୀ ଷ୍ଟାଡିୟମ ଠାରେ ଆୟୋଜିତ ପୂର୍ବାହ୍ନ ମ୍ୟାଚ ରେ ଓଡ଼ିଶାର ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶିକା ଶ୍ରୀମତୀ ଯୁଗଳେଶ୍ଵରୀ ଦାଶ ଅତିଥି ଭାବରେ ଯୋଗଦାନ କରି ଖେଳାଳୀ ମାନଙ୍କୁ ଉତ୍ସାହିତ କରିଥିଲେ। ଆଜିର ନକ୍ ଆଉଟ୍ ପର୍ଯ୍ୟାୟ ର ମେଚ ମାନଙ୍କରୁ ସଫଳ ହୋଇ ଯଥାକ୍ରମେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର ଓ ନୂଆପଡ଼ା ଜିଲ୍ଲାର ଫୁଟବଲ ଦଳ ସେମିଫାଇନାଲ କୁ ଉନ୍ନୀତ ହୋଇଛନ୍ତି। ଆସନ୍ତା ଶୁକ୍ରବାର ଅନ୍ତିମ ଦିବସରେ ସୁନ୍ଦରଗଡ଼ ଦଳ ଝାରସୁଗୁଡ଼ା ସହ ଓ ସମ୍ବଲପୁର ନୂଆପଡା ଦଳ ସହ ସେମିଫାଇନାଲ ଖେଳିବ ପାଇଁ ସ୍ଥିରିକୃତ ହୋଇଛି । ତତ୍ ପରେ ଫାଇନାଲ ଖେଳ ତଥା ପୂରସ୍କାର ବିଚରଣ ସଭା ଅନୁଷ୍ଠିତ ହେବାକୁ ଥିବା ଆୟୋଜକ ମାନଙ୍କ ତରଫରୁ ପ୍ରକାଶ ।