ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ସତର୍କତା ସଚେତନତା କାର୍ଯ୍ୟକ୍ରମ
କର୍ଲାମୁଣ୍ଡା, ୧୩/୧୦ (ସୁଶାନ୍ତ ରଣା) : କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ “ସତର୍କତା ସଚେତନତା" କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ହରଗୌରୀ ଯୁବକ ସଂଘ ଗୃହ ଠାରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରାଡବରା ଶାଖା ପ୍ରବନ୍ଧକ ଶ୍ରୀ ଜନ୍ ମାଥ୍ୟୁ ଏକ୍କା ଉପସ୍ଥିତ ରହି ଆର୍ଥିକ କାରବାରରେ ସ୍ୱଚ୍ଛତା, ସାଇବର ସୁରକ୍ଷା ଏବଂ ସତର୍କତା ଅବଲମ୍ବନ କରିବା ଉପରେ ଆଲୋଚନା କରିବା, ବ୍ୟାଙ୍କିଙ୍ଗ୍ ସେବାରେ ସ୍ୱଚ୍ଛତା ଆଣିବା, ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଏବଂ ଗ୍ରାହକ ଓ କର୍ମଚାରୀମାନଙ୍କ ମଧ୍ୟରେ ସତ୍ୟନିଷ୍ଠା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସମାଜସେବୀ ହୃଦାନନ୍ଦ ସାହୁ, ହରଗୌରୀ ଯୁବକ ସଙ୍ଘର ସଭାପତି ଯୁଗେଶ ଚନ୍ଦ୍ର ଜାନୀ, ଉପସଭାପତି ନୀଳକଣ୍ଠ ସାହୁ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବ୍ୟାଙ୍କ ଶାଖା ପ୍ରବନ୍ଦକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।