କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ପାଳିତ
ଲଇକେରା, ୧୩/୧୦ ( ଅନିଲ କୁମାର ସରାଫ ) : ଝାରସୁଗୁଡା ଜିଲ୍ଲା କିର୍ମିରା ବ୍ଲକ ଅନ୍ତର୍ଗତ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟ ପରିସରରେ ବନ୍ଧପାଲି କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ *ସୁରଭି* ଅନୁଷ୍ଠିତ ହୋଇଯାଇଛି । ସିଆରସିସି ସୁଜେଶ ପଟେଲଙ୍କ ତତ୍ତ୍ୱାବଧାନ ରେ ଆୟୋଜିତ ଏହି ମହୋତ୍ସବ ରେ କ୍ଲଷ୍ଟର ଅନ୍ତର୍ଗତ ୯ଟି ବିଦ୍ୟାଳୟର ମୋଟ ୧୧୦ ଜଣ ଛାତ୍ରଛାତ୍ରୀ ଯୋଗଦେଇ ବିଭିନ୍ନ ପ୍ରତିଯୋଗିତାରେ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ।ଏହି ମହୋତ୍ସବରେ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଆଗାମୀ ବ୍ଲକସ୍ତରୀୟ ସୁରଭି ମହୋତ୍ସବ ରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା । ଉଦଯାପନୀ ଉତ୍ସବରେ ଭାଲୁପତ୍ରା ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ରାମଚନ୍ଦ୍ର ସିଂହ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଥିବାବେଳେ ବନ୍ଧପାଲି ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀକାନ୍ତ ପଟେଲ,ଅବସରପ୍ରାପ୍ତ ଶିକ୍ଷକ ମିତ୍ରଭାନୁ ପଟେଲ ଓ ସମାଜସେବୀ ଖଗେଶ୍ୱର ପଟେଲ ସମ୍ମାନିତ ଅତିଥି ଭାବେ ଯୋଗଦେଇ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । କାର୍ଯ୍ୟକ୍ରମ ରେ ଶିକ୍ଷକ ବିପିନ ପଣ୍ଡା, ସୁଜିତ ପଟେଲ ଓ ଶିକ୍ଷୟିତ୍ରୀ ଅଞ୍ଜଳି ପଟେଲ ବିଚାରକ ଭାବେ ଦାୟିତ୍ୱ ତୁଳାଇଥିଲେ । ସେହିପରି ଶିକ୍ଷକ ଧନେଶ୍ୱର ଧୁରୁଆ, ପ୍ରଫୁଲ୍ଲ ପଟେଲ ଓ ଶିକ୍ଷୟିତ୍ରୀ ସୁନୀତା ପଟେଲ, ନିରୁପମା ପଟେଲ ଓ ପଦ୍ମିନୀ ଅଢା କାର୍ଯ୍ୟକ୍ରମର ସଫଳ ଆୟୋଜନରେ ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ରୀନା ଛଛାନ ଧନ୍ୟବାଦ ଅର୍ପଣ କରିଥିଲେ ।
ଲଇକେରା ରୁ ଅନିଲ କୁମାର ସରାଫ ଙ୍କ ରିପୋର୍ଟ