Hot Posts

6/recent/ticker-posts

କାଦୁଆ ରାସ୍ତାରେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ ଛଟପଟ l

ବାଲେଶ୍ଵର, ୧୦/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ୱର ଜିଲ୍ଲା, ବସ୍ତା ବ୍ଲକ ଅନ୍ତର୍ଗତ ଅମର୍ଦାରୋଡ ନଟାକଟା ପଞ୍ଚାୟତ ଅମର୍ଦାରୋଡ ରେଳବାଇ ରାସ୍ତା ପାଲଟିଛି ମରଣଯନ୍ତା। ସୂଚନା ଥାଉକି ଯେ, ନଟାକଟା ପଞ୍ଚାୟତର ବେଲା, ଖଣ୍ଡପସା ଓ ପାଞ୍ଚବଟିଆ ଗ୍ରାମ ବାସୀ ଦୀର୍ଘ ବର୍ଷ ଧରି ଏହି ରେଳବାଇ ରାସ୍ତା ଉପରେ ନିର୍ଭର କରନ୍ତି। ହେଲେ ରେଳବାଇ ନୂତନ ତୃତୀୟ ଲାଇନ ମାଟି କାର୍ଯ୍ୟ ଚାଲୁ ରହିଥିବା ବେଳେ ଭାରିଯାନ ଚଳାଚଳ କରୁଛିନ୍ତି। ଯା ଫଳରେ ମାଟି ରାସ୍ତା ଦାବିବା ସହ ବିଭିନ୍ନ ସ୍ଥାନରେ ବଡ ବଡ଼ ଗର୍ତ୍ତ ସୃଷ୍ଟି ହୋଇଛି। ଫଳରେ ପୁରସ୍ତମପୁର ପଞ୍ଚାୟତ ଓ ନଟାକଟା ପଞ୍ଚାୟତର ବେଲା, ଖଣ୍ଡପସା, କଟି ଖଣ୍ଡପସା ଓ ପାଞ୍ଚବାଟିଆ ଗ୍ରାମର ଛାତ୍ର/ଛାତ୍ରୀ, ଗ୍ରାମବାସୀ ଏହି ରେଳବାଇ ରାସ୍ତା ଉପରେ ନିର୍ଭର କରନ୍ତି।ଏହି ତିନୋଟି ଗ୍ରାମର ନିଜସ୍ୱ ରାସ୍ତା ନଥିବାରୁ ଏହି ରାସ୍ତା ଉପରେ ନିର୍ଭର କରି ଆସୁଛନ୍ତି।ସାମାନ୍ୟ ବର୍ଷା ହେଲେ କର୍ଦ୍ଧମାକ୍ତ ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି। ଏହି ତିନୋଟି ଗ୍ରାମର ବଜାର,ସ୍କୁଲ, କଲେଜ,ବଜାର, ଚିକିତ୍ସାଳୟ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି। ହେଲେ ବର୍ଷା ଯୋଗୁଁ ରାସ୍ତା ଶୋଚନୀୟ ହୋଇପଡିଛି। ଏହି କାଦୁଆ ପୂର୍ଣ୍ଣ ରାସ୍ତାରେ ଯାତାୟାତ କରିବାରେ ଛାତ୍ର/ଛାତ୍ରୀ ଠାରୁ ଆରମ୍ଭ କରି ଗ୍ରାମବାସୀ,ପଥଚାରି ଲୋକମାନେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି। ରେଳବାଇ ଅଧିକାରିଙ୍କୁ ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ମଧ୍ୟ ଆଦ୍ୟାବଧି କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ପ୍ରକାଶ ଥାଉକି ଯେ,ରେଳବାଇ କାର୍ଯ୍ୟ ଚାଲୁ ରହିଥିବା ବେଳେ ପ୍ରତ୍ୟକ ଦିନ ଉପରିସ୍ଥ ଅଧିକାରୀ ଓ ରେଳବାଇ କର୍ମଚାରୀ ମାନେ ଉକ୍ତ ରାସ୍ତା ଦେଇ ଯାତାୟତ କରୁଛନ୍ତି। ହେଲେ ସବୁ ଜାଣିଶୁଣି ବିଭାଗୀୟ ଅଧିକାରୀ ଚୁପ ବସିଛନ୍ତି କାହିଁକି ? ସାଧାରଣ ଲୋକଙ୍କ କଥା ଛାଡ଼ ନିଜ ବିଭାଗର କର୍ମଚାରୀ କ୍ୱାଟରକୁ ଯିବାକୁ ମଙ୍ଗୁ ନାହାଁନ୍ତି। ଅମର୍ଦାରୋଡ ଷ୍ଟେସନ ଠାରୁ ପଞ୍ଚାବାଟିଆ ରେଳବାଇ ଫାଟକ ପ୍ରଯ୍ୟନ୍ତ ମାଟି ରାସ୍ତାରେ ଅନେକ ସ୍ଥାନରେ ଖାଲଖାମା ସୃଷ୍ଟି ହେବ ସହ କର୍ଦ୍ଦମାକ୍ତ ରାସ୍ତା ଲୋକଙ୍କ ଲାଗି କାଳ ସାଜିଛି। ତେଣୁ ଏହି ଗ୍ରାମଗୁଡିକ ପାଇଁ ରାଜ୍ୟ ସରକାର, ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ଦାବି କରିଛନ୍ତି ଅଞ୍ଚଳବାସୀ।ରାଜ୍ୟସରକାର, ଜିଲ୍ଲା ପ୍ରଶାସନ,ରେଳବାଇ ପ୍ରଶାସନ ଜନସାଧାରଣ ସ୍ଵାର୍ଥକୁ ଦୃଷ୍ଟି ଦେବାକୁ ଦାବି ହେଉଛି।କାଦୁଅ ପଚପଚ ଓ କଦର୍ଯ୍ୟ ରାସ୍ତା ଯୋଗୁଁ ଅସନ୍ତୋଷ ଏତେ ବୃଦ୍ଧି ପାଇଛି କି ଯେ, ସମାଧାନ ଦିଗରେ ଦୃଷ୍ଟି ନ ଦେଲେ ଆଗାମୀ ଦିନରେ ଆନ୍ଦୋଳନକୁ ଓଲ୍ଲାହିବେ ବୋଲି ସ୍ଥାନୀୟ ଜନସାଧାରଣ କଡା ଚେତାବନୀ ଦେଇଛନ୍ତି।ଜନସାଧାରଣ, କୁନିକୁନି ଛାତ୍ର/ଛାତ୍ରୀଙ୍କ ସ୍ଵାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ସମସ୍ୟାର ସମାଧାନ ଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି ହେଉଛି।


ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l