ବାଲେଶ୍ଵର , ୦୬/୦୯ ( ପ୍ରଭାକର ମଲ୍ଲିକ ) : ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ବରୁଣ ଗଡିଆ ଭୁପାଳ ଚନ୍ଦ୍ର ମହାପାତ୍ର ହାଇସ୍କୁଲ ଆଜି ଶିକ୍ଷକଙ୍କ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଏବଂ ଗୁରୁ ଦିବସ ଅବସରରେ ଗୁରୁ ବନ୍ଦନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି,ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରିବାସ ଦାସ ଗତ ଅଗଷ୍ଟ ୩୦ ତାରିଖରେ ଅବସର ନେଉଥିବାରୁ ଏବଂ ଅନ୍ୟ ୪ ଜଣ ଶିକ୍ଷକ ପୂର୍ବରୁ ଅବସର ନେଇଥିବାରୁ ବିଦ୍ୟାଳୟ ପୁରାତନ ଛାତ୍ରଛାତ୍ରୀ ମାନେ ଏକ ବିରାଟ ବିଦାୟ କାଳିନ ସମ୍ବର୍ଦ୍ଧନା ସଭା ଆୟୋଜନ କରି ଶିକ୍ଷକ ମାନଙ୍କୁ ଭାବପୁର୍ଣ୍ଣ ବିଦାୟ ଦେଇଛନ୍ତି, ଏହି ବିଦାୟ କାଳିନ ସଭାରେ ପୁରାତନ ଛାତ୍ର ସୁଦାମ କୁମାର ସାମଲଙ୍କ ସଭାପତିତ୍ବରେ ପ୍ରଥମ ଅଧିବେଶନ ଳରେ ମୁଖ୍ୟ ଅତିଥି ଭିବେ ପୂର୍ବତନ ଓଷ୍ଠା ରାଜ୍ୟ ସଭାପତି ଇନ୍ଦୁ ମାଧବ ମହାନ୍ତି, ବସ୍ତା ବ୍ଲକ ସଭାପତି ରମେଶ ନାୟକ, ସମ୍ପାଦକ ସୃଷ୍ଟିଧର ବେହେରା, ଶ୍ରୀପତି ଚରଣ ପାତ୍ର, ପ୍ରମୁଖ ଯୋଗ ଦେଇଥିଲେ ଏବଂ ଦ୍ବିତୀୟ ଅଧିବେଶନରେ ଓଷ୍ଠା ର ଜୀଲ୍ଲା ସଭାପତି ମନୋରଞ୍ଜନ ଦାସ, ବ୍ଲକ ସଭାପତି ଶଶିକାନ୍ତ ମିଶ୍ର,ଯତିନ୍ଦ୍ର ନାଥ ଦାସ ଅଧିକାରୀ, ଜିଲ୍ଲା ସଭାପତି ବେଣୁଧର ନନ୍ଦୀ,ସୁଦାମ ଚରଣ ପାତ୍ର, ଯୁଗ୍ମ ସମ୍ପାଦକ, ଭାଗବତ ମହାନ୍ତି, କାହ୍ନାୟ ଚରଣ ପାତ୍ର, ଶଚି ଦଣ୍ଡପାଟ ପ୍ରମୁଖ ଯୋଗ ଦେଇ ଥିଲେ, ବିଦ୍ୟାଳୟ ପ୍ରଧାନ ଶିକ୍ଷକ, ହରିବାସ ଦାସ, ସହକାରୀ ଶିକ୍ଷକ ଅଭିମନ୍ୟୁ ନାୟକ, କମଳାକାନ୍ତ ନନ୍ଦ ବ୍ରହ୍ମଚାରୀ, ସନ୍ତୋଷ କୁମାର ମଣ୍ଡଳ ଏବଂ ବଟକୃଷ୍ଣ ପ୍ରଧାନ ଅବସର ଗ୍ରହଣ କରି ସାରିଛନ୍ତି ବିଦ୍ୟାଳୟର ୮ ଜଣ ଶିକ୍ଷକଙ୍କ ମଧ୍ୟରୁ ୫ ଶିକ୍ଷକ ଅବସର ନେବା ପରେ ଏହି ବିଦ୍ୟାଳୟର ଭବିଷ୍ୟତ ଅନ୍ଧାର ଭିତରକୁ ଠେଲି ହୋଇ ଯିବା ନେଇ ସନ୍ଦେହ ରହିଛି, ବିଦ୍ୟାଳୟଟି ନୂତନ ଭାବରେ ଗ୍ରାଣ୍ଡ ପାଇଥିବାରୁ ଶିକ୍ଷକ ନିଯୁକ୍ତି ଦେଉ ନାହାନ୍ତି ସରକାର। ଶେଷରେ ସାମ୍ବାଦିକ ମାନଙ୍କୁ ସମ୍ବଦ୍ଧିତ କରାଯାଇଥିଲା l
ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l
