Hot Posts

6/recent/ticker-posts

ରୂପସା ଥାନା ପରିସରରେ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା l ଫୋକସ୍ ପ୍ଲସ୍ ଚିଫ୍ ଏଡିଟରଙ୍କ ଆଲୋଚନା l

ବାଲେଶ୍ଵର, ୧୯/୦୯ (ପ୍ରଭାକର ମଲ୍ଲିକ) : କିଛି ଦିନ ପୂର୍ବରୁ ରୂପସା ଥାନା ପରିସରରେ ଫୋକସ୍ ପ୍ଲସ୍ ସାମ୍ବାଦିକ ଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଫୋକସ୍ ପ୍ଲସ୍ ଟିଭି ଚ୍ୟାନେଲର ଚିଫ୍ ଏଡିଟର ଡକ୍ଟର ସୁଧାଂଶୁ ଶେଖର ରାଉତ ସାମ୍ବାଦିକ ଚାନସେଲର ରାଉତଙ୍କ ବାସଭବନରେ ପହଞ୍ଚି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହାପରେ ଡକ୍ଟର ସୁଧାଂଶୁ ଶେଖର ରାଉତ ରୂପସା ଥାନା ଅଧିକାରୀ ଆଇଆଇସି ସମ୍ୟଜିତ୍ ମିଶ୍ରଙ୍କୁ ଭେଟି ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ସମୟରେ ବସ୍ତା ପ୍ରେସ୍ କ୍ଲବର ସଭାପତି ବିଜୟ କୁମାର ଭୂୟାଁଙ୍କ ସମେତ ମାନସ ବେହେରା, ସନ୍ତୋଷ ନାୟକ, ରଶ୍ମିତା, ପ୍ରଭାକର ମଲ୍ଲିକ ଓ ସୁଶାନ୍ତ ବେହେରାଙ୍କ ସମେତ ବସ୍ତା ପ୍ରେସ୍ କ୍ଲବର ସାମ୍ବାଦିକମାନେ ଉପସ୍ଥିତ ଥିଲେ। ସାମ୍ବାଦିକଙ୍କ ସୁରକ୍ଷା ଏବଂ ରୂପସା ଥାନା ପରିସରରେ ଘଟିଥିବା ମରଣାନ୍ତକ ଆକ୍ରମଣ ଘଟଣାକୁ ନେଇ ଏହି ଆଲୋଚନା ଗୁରୁତ୍ୱ ବହନ କରିଥିଲେ l



ବାଲେଶ୍ଵର ଜିଲ୍ଲାରୁ ପ୍ରଭାକର ମଲ୍ଲିକ ଙ୍କ ରିପୋର୍ଟ l