Hot Posts

6/recent/ticker-posts

ମୋନାଲିସା ପ୍ୟାଲେସରେ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ।

କଟକ, ୧୯/୦୯ ( କାଁହୁ ଚରଣ ବାରିକ ) : କଟକର ପ୍ରସିଦ୍ଧ ମୋନାଲିସା ପ୍ୟାଲେସଠାରେ Legal Lens Foundation ପକ୍ଷରୁ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଉତ୍ସାହ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ପବିତ୍ର ଗଣେଶ ଚତୁର୍ଥୀ ଓ ଦ୍ୱିତୀୟା ଘଣ୍ଟ ପର୍ବ ଉପଲକ୍ଷେ ଏହି ବିଶେଷ ସାମାଜିକ ସମାରୋହର ଆୟୋଜନ କରାଯାଇଥିଲା। ଏହି ସାଂସ୍କୃତିକ ଓ ସାମାଜିକ ମିଳନ ପର୍ବରେ ଶତାଧିକ ବନ୍ଧୁ, ଶୁଭେଚ୍ଛୁ ଏବଂ ସମାଜର ବିଭିନ୍ନ ବର୍ଗର ବିଶିଷ୍ଟ ଅତିଥିମାନେ ଯୋଗ ଦେଇ ପରସ୍ପରକୁ ପବିତ୍ର ପର୍ବର ଶୁଭେଚ୍ଛା ଓ ଶୁଭକାମନା ଜଣାଇଥିଲେ। ସମାଜରେ ଭାଇଚାରା, ସଦ୍ଭାବନା, ସାମାଜିକ ସମ୍ପର୍କ ଏବଂ ଏକତା ପ୍ରତିଷ୍ଠା କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ମଞ୍ଚ ସଜାଠାରୁ ଆରମ୍ଭ କରି ଅତିଥିମାନଙ୍କ ଗ୍ରହଣରେ ବନ୍ଧୁମିଳନର ପ୍ରତ୍ୟେକଟି ମୁହୂର୍ତ୍ତ ଆନନ୍ଦମୟ ଓ ଉତ୍ସବମୁଖର ହୋଇପଡିଥିଲା। ଆୟୋଜକଙ୍କ ଏହି ପ୍ରୟାସ ପରସ୍ପର ମଧ୍ୟରେ ସମ୍ପର୍କକୁ ଆହୁରି ଅଧିକ ସୁଦୃଢ଼ କରିବାରେ ବେଶ୍ ସହାୟକ ହୋଇଛି ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ।