ଲାଞ୍ଜିଗଡ ବାଇଡିକୁପ୍ଲି ଧରଣୀ ଯୁବକସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ କରାଯାଇଥିଲା I
କଳାହାଣ୍ଡି, ୨୩/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଛତ୍ରପୁର ପଞ୍ଚାୟତ ଅଧିନସ୍ଥ ବାଇଡିକୁପ୍ଲି ଠାରେ ଧରଣୀ ଜୁବକସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ ଉପଲକ୍ଷେ ଗତକାଲି ରାତିରେ ଏକ ନାଟକ ପରିବେଷଣ ହୋଇଯାଇଛି I ଯୁବକ ସଂଘ ସଭାପତି ରଘୁ ମାଝୀ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ଼ଃ. ବଳଭଦ୍ର ମାଝୀ ଫିତା କାଟି ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ ବ୍ଲକ୍ କଂଗ୍ରେସ୍ କାର୍ଯ୍ୟକାରୀ ସଭାପତି ସନ୍ତୋଷ କୁମାର ତୁଳ, ଯୁବନେତା ଭାସ୍କର ଚନ୍ଦନ, ଛତ୍ରପୁର କଂଗ୍ରେସ ସଭାପତି ରାଜେନ୍ଦ୍ର ନାଏକ, ବିଜେପି ପୂର୍ବତନ ମଣ୍ଡଳ ସଭପତି ତ୍ରିନାଥ ପାତ୍ର, ଲାଞ୍ଜିଗଡ ମଣ୍ଡଳ ସାଧାରଣ ସଂପାଦକ ସଂଜୟ କୁମାର ସାହୁ, ଯୁବମୋର୍ଚ୍ଚା ସଭାପତି ଖୁସିରାମ ଗୌଡ, ସଭାପତି ରଘୁ ମାଝୀ ସମେତ ଉପସଭାପତି ଥବିର ହରିଜନ, ସଂପାଦକ ସତ୍ୟ ମାଝୀ, ସହ ସଂପାଦକ ଖୀତ ମାଝୀ, କୋଷାଧକ୍ଷ ବିଶ୍ୱାମିତ୍ର ମାଝୀ ଏବଂ ମଞ୍ଚ ପରିଚାଳନ ମଧୁସୂଦନ ବାଗ କରିଥିଲେ।
କଳାହାଣ୍ଡି ଜିଲ୍ଲା ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ