Hot Posts

6/recent/ticker-posts

ବାତ୍ୟା ଓ ପ୍ରବଳ ବର୍ଷା ଆଶଙ୍କା: କଳିଙ୍ଗା ଘାଟିରେ ଯାନବାହନ ଚଳାଚଳ ଉପରେ କଟକଣା

ଭଞ୍ଜନଗର, ୨୧/୦୯ ( ଜେ. କେ ପଟ୍ଟନାୟକ ) : ଆସନ୍ନ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ କଳିଙ୍ଗା ଘାଟ ରାସ୍ତାରେ ଭୂସ୍ଖଳନ, ରାସ୍ତା ଅବରୋଧ ଓ ଅନ୍ୟାନ୍ୟ ବିପଦର ଆଶଙ୍କା ରହିଛି।ଜନସାଧାରଣଙ୍କ ସୁରକ୍ଷା ଓ ଦୁର୍ଘଟଣା ରୋକିବା ଉଦ୍ଦେଶ୍ୟରେ ମୋଟର ଯାନ ଆଇନ, ୧୯୮୮ର ଧାରା ୧୧୫ ଓ ୧୧୬ ଅନୁଯାୟୀ ଗଞ୍ଜାମ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ କୀର୍ତ୍ତି ବାସନ୍ ଭି କଳିଙ୍ଗା ଘାଟ ରାସ୍ତାରେ ସମସ୍ତ ପ୍ରକାର ମୋଟର ଯାନ ଚଳାଚଳ ଉପରେ ୨୩.୦୯.୨୦୨୬ ଠାରୁ ୨୪.୦୯.୨୦୨୬ ପର୍ଯ୍ୟନ୍ତ ଅସ୍ଥାୟୀ କଟକଣା ଜାରି କରିଛନ୍ତି।ରାସ୍ତାର ସୁରକ୍ଷିତ ଅବସ୍ଥା ପୁନଃସ୍ଥାପିତ ହେବା କିମ୍ବା ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ, ଯାହା ପୂର୍ବରୁ ଘଟିବ, ଏହି କଟକଣା ବଳବତ୍ତର ରହିବ।ଆଦେଶର କଡ଼ାକଡ଼ି ପାଳନ ସହ ଆବଶ୍ୟକ ସ୍ଥାନରେ ବ୍ୟାରିକେଡ୍ ଓ ସତର୍କତାମୂଳକ ସୂଚନା ଫଳକ ଲଗାଇବାକୁ ଆରକ୍ଷୀ ଅଧୀକ୍ଷକ, ଗଞ୍ଜାମ, ଆଞ୍ଚଳିକ ପରିବହନ ଅଧିକାରୀ, ଭଞ୍ଜନଗର, ଅଧୀକ୍ଷଣ ଯନ୍ତ୍ରୀ (ଜାତୀୟ ରାଜପଥ) ଓ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି। ଜନସାଧାରଣ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ କଳିଙ୍ଗା ଘାଟ ରାସ୍ତାରେ ଯାତାୟାତ ନକରି ପ୍ରଶାସନକୁ ସହଯୋଗ କରିବାକୁ ଅନୁରୋଧ।