୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ
କଳାହାଣ୍ଡି, ୨୩/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : ଭବାନୀପାଟଣାରେ ୬୪ତମ ବାଟାଲିୟନ CRPF ପକ୍ଷରୁ ସ୍ୱଚ୍ଛତା ଅଭିଯାନ। ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଏହି ସ୍ୱଚ୍ଛତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ସେପ୍ଟେମ୍ବର ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ CRPF ଅଧିକାରୀ ଓ ଜବାନମାନେ ସାମିଲ ହୋଇ ବିଦ୍ୟାଳୟ ପରିସର ସଫେଇ ସହ କଠିନ ବର୍ଜ୍ୟବସ୍ତୁର ସୁପରିଚାଳନା ଉପରେ ଗୁରୁତ୍ୱ ଦେଇଥିଲେ। ଏଥିସହ ସ୍ୱଚ୍ଛତା ଟାର୍ଗେଟ ୟୁନିଟ୍ ଚିହ୍ନଟ, ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ଓ ସୁନ୍ଦର କରିବା, ବିଦ୍ୟାଳୟସ୍ତରରେ ସ୍ୱଚ୍ଛତା ସଚେତନତା ଏବଂ ଯୁବପିଢ଼ିଙ୍କ ଅଂଶଗ୍ରହଣ ଉପରେ ସଚେତନତା ସୃଷ୍ଟି କରାଯାଇଛି। ସଫାଇ ମିତ୍ରଙ୍କ ସୁରକ୍ଷା ଓ ସମ୍ମାନ ନେଇ ମଧ୍ୟ ଅଭିଯାନରେ ବାର୍ତ୍ତା ଦିଆଯାଇଛି। ସ୍ୱଚ୍ଛତା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ବରଂ ପ୍ରତ୍ୟେକ ନାଗରିକଙ୍କ ସାମୂହିକ ଦାୟିତ୍ୱ ବୋଲି ସଚେତନ କରାଯାଇଛି। ‘ସ୍ୱଚ୍ଛତାରେ ଅଂଶଗ୍ରହଣ, ସ୍ୱଚ୍ଛ ଭାରତ, ବିକଶିତ ଭାରତ’ ବାର୍ତ୍ତା ସହ ଚଳିତବର୍ଷର ‘ସ୍ୱଚ୍ଛତା ହିଁ ସେବା-୨୦୨୬’ ଅଭିଯାନ ସେପ୍ଟେମ୍ବର ୧୭ରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିବ।
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଉପକ୍ଷଣ୍ଡ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ