Hot Posts

6/recent/ticker-posts

ଲାଞ୍ଜିଗଡ ବ୍ଳକ ସିନ୍ଧିପଦର ଗ୍ରାମ ଠାରେ ଅଘଟଣ ପୋଖରୀ ପାଣିରେ ବୁଡି ନାବାଳିକାର ମୃତ୍ୟୁ I

କଳାହାଣ୍ଡି, ୨୦/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା,ଲାଞ୍ଜିଗଡ ବ୍ଲକ ଅନ୍ତର୍ଗତ ଲାଞ୍ଜି ପଞ୍ଚାୟତ ଅଧିନସ୍ଥ ସିନ୍ଧିପଦର ଗ୍ରାମରେ ଆଜି ରବିବାର ଏକ ଅଭାବନୀୟ ଘଟଣା ଘଟିଯାଇଛି I ସିନ୍ଧିପଦର ଗ୍ରାମର ଅରକ୍ଷିତ ହରିଜନଙ୍କ ୦୯ ବର୍ଷିୟ ନାବାଳିକା ଝିଅ ନିହାରୀକା ହରିଜନ ଆଜି ଦିନରେ ନିଜ ଗ୍ରାମର ପୋଖରୀକୁ ଗାଧୋଇବା ପାଇଁ ଯାଇଥିଲା । ଗାଧୋଇବା ସମୟରେ ସେହି ଝିଅର ଅସାବଧାନତା ବସତଃ ଗଭୀର ପାଣିରେ ଗୋଡ ଖସି ଯାଇଥିଲI । ଫଳରେ ପାଣିରେ ବୁଡି ଯାଇଥିଲେ, ସେହି ଗ୍ରାମର ଛୁଆ ଏହି ଘଟଣା ଦେଖି ନିଜ ଗ୍ରାମକୁ ଦୌଡ଼ି ଆସି ଗାଁ ରେ କହିଥିଲେ I ତାପରେ ସେହି ଗ୍ରାମର କିଛି ଲୋକ ଓ ତାଙ୍କ ପରିବାରର ଲୋକ ପୋଖରୀ ପାଖକୁ ସମସ୍ତେ ଦୌଡି ଯାଇଥିଲେ ଯାଇ ଦେଖିଥିଲେ ଝିଅ ପାଣିରେ ବୁଡ଼ିଯାଇଛି I ତୁରନ୍ତ ପୋଖରୀରେ ମଧ୍ୟରେ ସ୍ଥାନୀୟ ଲୋକେ ପଶି କୌଣସି ପ୍ରକାରେ ପାଣିରୁ ନିହାରୀକାକୁ ଉଦ୍ଧାର କରି ପ୍ରଥମେ ଲାଞ୍ଜି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ, ସେଠାରେ ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ବିଶ୍ଵନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ । କିନ୍ତୁ ଚିକିତ୍ସା ଦାଇତ୍ବରେ ଥୁବା ଡାକ୍ତର ନିହାରୀକାର ମୃତ୍ୟୁ ଘୋଷଣା କରିଥିଲେ । ଏନେଇ ବିଶ୍ଵନାଥପୁର ଥାନାରେ ଏକ ଅପମୃତ୍ୟୁ ଜନିତ ମାମଲା ରୁଜୁ କରାଯାଇ ଶବକୁ ଲାଞ୍ଜିଗଡ ଥାନା ଆଇ.ଆଇ.ସି ଯଶବନ୍ତ ହିଆଲଙ୍କ ନିର୍ଦେଶ କ୍ରମେ ବିଶ୍ୱାନାଥପୁର ଏ.ଏସ.ଆଇ ପ୍ରଦୀପ କୁମାର ରଥ ଓ ଥାନାର କିଛି କର୍ମଚାରୀ ଉକ୍ତ ଶବ ଟିକୁ ଜବତ କରିଥିଲେ । ପରେ ଲାଞ୍ଜିଗଡ ଡାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ଆମ୍ବିଲେନ୍ସ ଯୋଗେ ପଠେଇଥିଲେ I ଏହାପରେ ଲାଞ୍ଜିଗଡରେ ବ୍ୟବଚ୍ଛେଦ ଅପରାହ୍ନ ୦୪ ଘଣ୍ଟା ୪୫ ମିନିଟ ସମୟରେ ସରିଥିଲା I ତାପରେ ଉକ୍ତ ଶବକୁ ମୃତକ ପରିବାର ଲୋକଙ୍କୁ ଶବ ଟିକୁ ବିଶ୍ୱନାଥପୁର ଥାନା ପୋଲିସ ଉପସ୍ଥିତରେ ଶବକୁ ହସ୍ତାନ୍ତର କରାଯାଇଥିଲା I ଶବ ବ୍ୟବଚ୍ଛେଦ ପରେ ଦାହI ପାଇଁ ଅପରାହ୍ନ ୦୭ଘଣ୍ଟା ସମୟରେ ପରିବାର ଲୋକ ଶବ ଟିକୁ ନିଜ ଗ୍ରାମର ସ୍ମାଶାନରେ ନେଇ ସଂସ୍କାର କରିଥିଲେ I




କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ