Hot Posts

6/recent/ticker-posts

ସାଙ୍ଗକୁ ଠକି କଟକ ତେଲେଙ୍ଗା ବଜାର ଵିଶାଲକୁ ଗିରଫ କଲା ମେତ୍ରୀ ବିହାର ଥାନା ପୋଲିସ।

କଟକ, ୨୨/୦୯ ( କାହୁଁ ଚରଣ ବାରିକ ) : ଅଭିଯୋଗକାରିଣୀଙ୍କ ପୁଅ ବାବୁଲ ପ୍ରଧାନ ଏବଂ ଅଭିଯୁକ୍ତ ବିଶାଲ ଦାସ ଉଭୟ ସ୍ୱିଗି ଇନଷ୍ଟାମାର୍ଟରେ ଡେଲିଭରୀ ବୟ ଭାବେ କାମ କରନ୍ତି। ବିଶାଲ ନିଜ ମୋବାଇଲ୍ ଖରାପ ହୋଇଯାଇଛି ବୋଲି ମିଛ କହି ବାବୁଲକୁ ତାର ମା' (ଅଭିଯୋଗକାରିଣୀ) ଙ୍କ ବଜାଜ୍ ଫାଇନାନ୍ସ କାର୍ଡରୁ ଏକ ୮୨,୯୦୦/- ଟଙ୍କିଆ ଆଇଫୋନ୍ କିଣିଦେବାକୁ ଅନୁରୋଧ କରିଥିଲା ଏବଂ ସବୁ କିସ୍ତି ସେ ନିଜେ ଶୁଝିବ ବୋଲି କହିଥିଲା। ବିଶ୍ୱାସ କରି ବାବୁଲ ଏବଂ ତାଙ୍କ ମା' ଏକ ମୋବାଇଲ୍ ଷ୍ଟୋରରୁ ଉକ୍ତ ଫୋନ୍ କିଣି ଦେଇଥିଲେ। କିଛି ଦିନ ପରେ ବିଶାଲ ପୁଣିଥରେ ସେହି ଲୋନ୍ ଆକାଉଣ୍ଟକୁ ବନ୍ଦ କରିଦେବା ବାହାନାରେ ସେମାନଙ୍କୁ ଦୋକାନକୁ ଡାକିଥିଲା। ମାତ୍ର ଲୋନ୍ ବନ୍ଦ କରିବା ବଦଳରେ ସେମାନଙ୍କ ଅଜାଣତରେ ସେହି କାର୍ଡରୁ ୮୨,୯୦୦ ଟଙ୍କାର ଆଉ ଏକ ଆଇଫୋନ୍ କିଣି ନେଇଥିଲା। ଗୋଟିଏ ମାସର କିସ୍ତି ଦେବା ପରେ ସେ ଆଉ ଟଙ୍କା ଦେଇନଥିଲା।