କଳାହାଣ୍ଡି, ୦୯/୦୯ ( ବିଷ୍ଣୁ ଚରଣ ସ୍ୱାଇଁ ) : କଳାହାଣ୍ଡି ଜିଲ୍ଲା, କେସିଙ୍ଗା ବ୍ଲକ ଅନ୍ତର୍ଗତ ଲଇତରା ପଞ୍ଚାୟତ ଅଧିନସ୍ଥ ୨୬ ନମ୍ବର ରାଜପଥର ଜଲକୋ ଛକରେ ଏକ ମର୍ମାନ୍ତୁକ ଦୁର୍ଘଟଣା ଆଜି ବୁଧୁବାର ସନ୍ଧ୍ୟା ୦୬ ଘଣ୍ଟା ୧୦ ମିନିଟ ସମୟରେ ଘଟି ଯାଇଛି I ଉକ୍ତ ବ୍ୟକ୍ତି ଜଣକ ହେଲେ ବନମାଳୀ ଯାନୀ ୫୪ ବର୍ଷୀୟ ସେ ନିଜ ଗ୍ରାମ ଛି ପୁରାରୁ ଘର ପାଇଁ ଦୋକାନକୁ ସୌଦା କିଣିବା ପାଇଁ ଯିବା ସମୟରେ ଏକ ଅଜଣା ଗାଡି ବାଡେଇ ଦେଇ ସେହି ଜାଗାରୁ ଫେରାର ହୋଇ ଯାଇଛି I ତାପରେ ତାଙ୍କର ଦୁର୍ଘଟଣା ଖବର ପାଇ ତାଙ୍କ ପରିବାର ଲୋକ ଓ ଗ୍ରାମବାସୀ ଦୁର୍ଘଟଣା ଘଟିଥିବା ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ I ତୁରନ୍ତ ତାଙ୍କ ପରିବାର ଲୋକ ୧୦୮ ଆମ୍ବୁଲାନ୍ସକୁ ଡକାଇ ଉକ୍ତ ମୃତ ବୁକ୍ତି ଙ୍କୁ କେସିଙ୍ଗା ସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ ସେଠାରେ ଡ଼Iକ୍ତରଖାନା ପହଞ୍ଚି ଉପସ୍ଥିତ ଥିବା ଡାକ୍ତରଙ୍କୁ ଦେଖେଇଥିଲେ ଡାକ୍ତର ପରୀକ୍ଷା ନିରୀକ୍ଷା କଲାପରେ ମୃତ୍ୟୁ ବୋଲି ଘୋଷଣା କରଥିଲେ I ତାପରେ ଉକ୍ତ ଶବ ଟିକୁ ଧରି ଆସିଥିଲେ ତାଙ୍କ ନିଜ ସମ୍ପର୍କୀୟ ଲୋକ ଓ ଗ୍ରାମବାସୀ ଏକାଠି ହୋଇ ଉକ୍ତ ଶବ ଟିକୁ ଜଲକୋ ଛକ ରାସ୍ତା ଉପରେ ରାଖୀ ୨୬ ନମ୍ବର ରାଜପଥକୁ ସନ୍ଧ୍ୟା ୦୭ ଘଣ୍ଟା ୨୦ ମିନିଟ ସମୟ ଠାରୁ କ୍ଷତି ପୂରଣ ଦାବିରେ ରIସ୍ତା ଉପରେ ଟାଏର ଜାଳି ଅବରୋଧ କରିଥିଲେ, ଯାହାଫଳରେ ରାସ୍ତାର ଦୁଇ ପାଖରେ ସହ-ସହ ଗାଡି ଅଟକି ରହିଥିଲା I ତାପରେ ଏହି ରାସ୍ତା ଅବରୋଧ ଖବର ପାଇ କେସିଙ୍ଗା ଥାନା ଆଇ.ଆଇ.ସି ଜିତେନ୍ଦ୍ର ବିଶ୍ୱାଳ ତୁରନ୍ତ ତାଙ୍କ ନିଜ ନେତୃତ୍ୱରେ ଏକ ଟିମ ଆସି ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ I ତାପରେ ଉକ୍ତ ଶବ ଟିକୁ ଜବତ କରି ମୃତ ବ୍ୟକ୍ତି ଙ୍କ ସମ୍ପର୍କୀୟଙ୍କୁ ସମସ୍ତ କଥା ବୁଝା ସୁଝା କରିଥିଲେ ଯେଉଁ ଗାଡି ବାଡେଇ ଚାଲି ଯାଇଛି ତାକୁ ଧରିବା ପାଇଁ ପ୍ରତିଶୃତି ଦେଇଥିଲେ ସେହି ଗାଡିକୁ ଧରି ଜୀବନ ବୀମା ଟଙ୍କା ମାଗି ଦେବୁ ବୋଲି କହିଥିଲେ,ଏବେ ବର୍ତମାନ ତୁରନ୍ତ ପାଇଁ ରେଡ଼କ୍ରସ ଫଣ୍ଡରୁ ଟଙ୍କା କିଛି ଦିଆଯିବ ବୋଲି ପ୍ରତିଶୃତି ସୃତି ଦେଇଥିଲେ I ତାପରେ ଉକ୍ତ ଶବ ଟିକୁ ଆମ୍ବୁଲାନ୍ସ ସାହାଯ୍ୟରେ କେସିଙ୍ଗା ଡ଼କ୍ଟରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିଲା I ପରେ ମୃତଙ୍କ ସମ୍ପର୍କୀୟ ଓ ଗ୍ରାମବାସୀ ଶ୍ରୀ ବିଶ୍ୱାଳ ଙ୍କ କଥାକୁ ସନ୍ନମାନ ଦେଇ ସମସ୍ତେ ମାନିଯାଇଥିଲେ,ପରେ ରାସ୍ତା ରୋକରୁ ରାତ୍ର ୦୮ ଘଣ୍ଟା ୨୦ ମିନିଟ ସମୟରେ ଉଠି ଯାଇଥିଲେ ତାପରେ ଯାଇ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା I ସୂଚନା ଥାଉକି ରାତି ହେଇଯାଇଥିଲା ବୋଲି ଆଜି ଉକ୍ତ ଶବ ଟିକୁ ବ୍ୟବଚ୍ଛେଦ କରାଯାଇ ପାରି ନାହିଁ, କାଲି ସକାଳୁ କରାଯିବ ଓ ବ୍ୟବଚ୍ଛେଦ ପରେ ତାଙ୍କ ପରିବାରକୁ କେସିଙ୍ଗା ଥାନା ପୋଲିସ ଉପସ୍ଥିତିରେ ହସ୍ତାନ୍ତର କରାଯିବ I
କଳାହାଣ୍ଡି ଜିଲ୍ଲା, ରୁ ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ
