Hot Posts

6/recent/ticker-posts

ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ

ଖଡ଼ିଆଳ, ୦୬/୦୯
( ପରମେଶ୍ୱର ମେହେର ) : ଖଡ଼ିଆଳ ବ୍ଲକ ଗୁରୁ ଦିବସ ପାଳନ କମିଟି ପକ୍ଷରୁ ଆଜି ପବିତ୍ର ଗୁରୁଦିବସ ହର୍ଷ ଉଲ୍ଲାସ ରେ ପାଳିତ ହୋଇଯାଇଅଛି। ଖଡ଼ିଆଳ ଅଗ୍ରେଶନ ଧର୍ମଶାଳା ପରିସର ମଧ୍ୟରେ ବ୍ଲକ ସ୍ତରୀୟ ଗୁରୁ ଦିବସ ପାଳିତ ହୋଇଥିବା ବେଳେ ଏହି ଉତ୍ସବ ରେ, ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୌଣସି ଜାତି ସମାଜ ବିକଶିତ ହେବା ନେଇ ଗୁରୁଙ୍କ ଭୂମିକା ମହତ୍ୱ ପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ। ଆଜିର ସଭାରେ ପାଳନ କମିଟି ସଭାପତି ଖଗେଶ୍ୱର ବାଗ ଅଧ୍ୟକ୍ଷତା କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ପ୍ରଶାନ୍ତ କୁମାର ମହାନ୍ତି, ବ୍ଲକ ଶିକ୍ଷା ଅଧିକାରୀ କାହ୍ନୁ ଚରଣ ନାଏକ, ବିଆରସିସି ପରେଶ କୁମାର ପଣ୍ଡା, ଏବିଇଓ ଅରୁଣ କୁମାର ଯୋଶୀ, ମୁଖ୍ୟ ବକ୍ତା ଭାବେ ରାଜା ଏଟି ହାଇସ୍କୁଲ ଖଡ଼ିଆଳର ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବଳଭଦ୍ର ମହାଉତି ଯୋଗଦାନ କରି ଗୁରୁ ଶିଷ୍ୟ ଙ୍କ ପରମ୍ପରା ଓ ନିବିଡ ସମ୍ପର୍କ ବିଷୟ ରେ ଆଲୋକ ପାତ କରିଥିଲେ। ସିଆରସିସି ପ୍ରଫୁଲ୍ଲ କୁମାର ବେହେରା ଓ ସିଆରସିସି ମିତ୍ରବାଦୀ ମଲ୍ଲିକ ମଞ୍ଚ ପରିଚାଳନା କରିଥିଲେ। ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଗାନ କରି ଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ୨୦ ଜଣ ଅବସର ପ୍ରାପ୍ତ ଗୁରୁଜୀ ଗୁରୁମା ମାନଙ୍କୁ ଉପ ଢୋକନ ଓ ମାନପତ୍ର ସହିତ ସମ୍ବର୍ଦ୍ଧିତ ପ୍ରଦାନ କରାଯାଇଥିଲା। ଖଡ଼ିଆଳ ବ୍ଲକର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ନିମନ୍ତ୍ରିତ ଅତିଥି ମାନେ ଯୋଗଦାନ କରିଥିଲେ।